Latest Odisha News

BREAKING NEWS

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ, ଯାତାୟତ ଠପ

ରାଉରକେଲା: ଆଜି ୧୨ଘଣ୍ଟିଆ ସୁନ୍ଦରଗଡ ବନ୍ଦ । ଆସିଷ୍ଟାଣ୍ଟ କଲେକ୍ଟର ରସ୍ମିତା ମିଞ୍ଜ ଓ ଏଏସଆଇ ଆଲିଶା ଲୁଗୁନ ହତ୍ୟାର ସିବିଆଇ ତଦନ୍ତ ଦାବିରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଦେଇଛି ବିଜେପି । ବିଜେପି ମହିଳା ମୋର୍ଚ୍ଚା ଓ ଆଦିବାସୀ ମୋର୍ଚ୍ଚା ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ ।

ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ୨୧ ତାରିଖରେ ରାଉରକେଲା ସ୍ଥାନୀୟ ସେନ୍‌ସୋରୀ ପାର୍କ ପୋଖରୀରୁ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କର ସନ୍ଦେହଜନକ ଭାବରେ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ତା’ର କିଛି ଦିନ ପରେ ଅର୍ଥାତ୍ ଅକ୍ଟୋବର ୨ ତାରିଖରେ ଏଏସଆଇ ଆଲିଶା ଲୁଗୁନଙ୍କ ମୃତଦେହ ଏକ ଦୁର୍ଘଟଣାସ୍ଥଳରେ ଭିଡ ନିୟନ୍ତ୍ରଣ କରିବାକୁ ଯାଇଥିବା ବେଳେ ପୋଲିସ ଜବତ କରିଥିଲା । ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ରହସ୍ୟଜନକ ମୃତ୍ୟୁର କିଛି ଦିନ ପରେ ରାଉରକେଲାରେ ମହିଳା ଏଏସ୍ଆଇ ଆଲିଶା ନରମି ଲୁଗୁନଙ୍କ ଅଚାନକ ମୃତ୍ୟୁ ଏକ ହତ୍ୟା ଷଡ଼ଯନ୍ତ୍ରକୁ ନେଇ ସନ୍ଦେହ ସୃଷ୍ଟି କରିଛି । ଏଜାକୁ ନେଇ ସହରରେ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ଏପରି କି ଏହି ଘଟଣାରେ ନିର୍ଦ୍ଦିଷ୍ଟ ଦୁଇ ବରିଷ୍ଠ ଅଧିକାରୀ ସମ୍ପୃକ୍ତ ଥିବା ସେମାନେ କହିଛନ୍ତି ।

ତେଣୁ ଏହି ଘଟଣାର ଚେର ପର୍ଯ୍ୟନ୍ତ ପହଞ୍ଚିବାକୁ ସିବିଆଇ ତଦନ୍ତ ଦାବିକରି ଆଜି ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି । କେବଳ ଜରୁରୀ ସେବାକୁ ଛାଡିଦେଲେ ବାକି ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ହେବା ସହ ଗାଡିମଟର, ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ଯାହା ଫଳରେ ଯାତାୟତ ବାଧାପ୍ରାପ୍ତ ହେବା ସହ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

 

 

Leave A Reply

Your email address will not be published.