Latest Odisha News

BREAKING NEWS

ବିଜେପିର ରାଷ୍ଟ୍ରୀୟ ଅଧିବେଶନରେ ନେତାଙ୍କୁ ମିଳିଲା ଗୁରୁମନ୍ତ୍ର

ନୂଆଦିଲ୍ଲୀ:ନିର୍ବାଚନକୁ ଦୃଷ୍ଟିରେ ରଖି ଆକ୍ସନ ମୋଡରେ ଭାରତୀୟ ଜନତା ପାର୍ଟି। ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧିବେଶନ ଅନୁଷ୍ଠିତ ହୋଇଛି। ରବିବାର ବୈଠକରେ ଦ୍ବିତୀୟ ତଥା ଶେଷ ଦିନରେ ଦଳର ସମସ୍ତ ପଦାଧିକାରୀ ଓ ନେତା ମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୁଇ ଦିନଆ ଅଧିବେଶନକୁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଥିଲେ। ବୈଠକରେ ଆଗାମୀ ସାଧାରଣ ନିର୍ବାଚନର ଚୂଡାନ୍ତ ରଣନୀତି ପ୍ରସ୍ତୁତ କରାଯାଉଛି।

ଦିଲ୍ଲୀର ଭାରତ ମଣ୍ଡପମ୍ ରେ ଚାଲିଥିବା ଦୁଇ ଦିନିଆ ଅଧିବେଶନ।ପ୍ରଥମ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହି ଅଧିବେଶନରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ , ମୁଖପାତ୍ର ସମ୍ବିତ୍ ପାତ୍ର, ବରିଷ୍ଠ ବିଜେପି ନେତା ସମୀର ମହାନ୍ତି ପ୍ରମୂଖ ଉପସ୍ଥିତ ଥିଲେ। ରାଜ୍ୟରୁ ୨୮୮ ଜଣ ପଦାଧିକାରୀ ମଧ୍ୟ ଯୋଗଦେଇଥିଲେ। କେନ୍ଦ୍ରୀୟ ଟିମଙ୍କ ସହ ଆଲୋଚନା କରିବା ପରେ ଓଡ଼ିଶା ପାଇଁ କେଉଁ ମଡେଲ ଆଧାରରେ ରଣନୀତି ପ୍ରସ୍ତୁତ କରାଯିବ ସେ ନେଇ ପ୍ରସ୍ତୁତ ହେବା ରାଜ୍ଯ ବିଜେପି।

ଓଡ଼ିଶାରେ ବିଜେପି-ବିଜେଡି ସମ୍ପର୍କକୁ ନେଇ ଲଗାତାର କଂଗ୍ରେସ ଆଣୁଛି ଅଭିଯୋଗ। ଏହି ଅଭିଯୋଗ ଯେ ଦୁଇ ଦଳ କେବଳ ଉପର ଦେଖାଣିଆ ବିରୋଧି-ଶାସକ। ଭିତରେ କିଛି ଅଲଗା ସମ୍ପର୍କ ରହିଛି। ଯାହାକୁ ନେଇ କଂଗ୍ରେସ ଅଭିଯୋଗ ଆଣେ ଯେ ଉଭୟ ବହୁ ଦିନରୁ ଲିଭ୍ ଇନ୍ ରେଲେସନରେ ଅଛନ୍ତି। ଯାହାକୁ ବିବାହର ପରିଚୟ ଦେଇଆସୁଛି ଦଳ। ବିଜେପି-ବିଜେଡିର ବାହାଘର କରାଯାଉଛି। ଯାହାର ପ୍ରଭାବ ଅଳ୍ପ ବହୁତ ପଦ୍ମ ଦଳ ଉପରେ ପଡୁଛି। ରାଜ୍ୟରେ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କ ଓଡ଼ିଶା ଗସ୍ତ ପରେ ବଳ ସାଉଁଟିଛି। କିନ୍ତୁ ଏହା ପରେ ବି ଦଳ ଉପରକୁ ଉଠି ପଡି ଆଗମୀ ଦିନରେ ଶାସକ ଦଳ ସହ ମିଶିବା ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

Leave A Reply

Your email address will not be published.