Latest Odisha News

BREAKING NEWS

ଉତ୍ତର ପ୍ରଦେଶର ଆଜମଗଡ଼ରେ ଟ୍ରେନିଂ ବିମାନ ଦୁର୍ଘଟଣା ଗସ୍ତ; ପାଇଲଟ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲା ଖୈରୁଦ୍ଦିନପୁର ଅଞ୍ଚଳରେ ଏକ ଟ୍ରେନିଂ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ପାଇଲଟ୍‌ଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏହି ବିମାନଟି ଆକାଶରେ ଉଡୁଥିବା ସମୟରେ ପୂର୍ବାହ୍ନ ପ୍ରାୟ ୧୧.୩୦ରେ ହଠାତ୍ ଖସି ତଳେ ପଡ଼ିଯାଇଥିଲା।ତଳେ ପଡିବା ପରେ ବିମାନଟି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯାଇଥିବା ଦେଖିବାକୁ ମିଳିଛି।

ବିମାନଟି ତଳେ ପଡିଯିବାର ଦେଖି ଗାଁ ଲୋକେ ସେଠାରେ ରୁଣ୍ଡ ହୋଇ ଯାଇଥିଲେ । ଗାଁ ଲୋକଙ୍କ ଠାରୁ ଏହି ଦୁର୍ଘଟଣା ଖବର ପାଇ ସ୍ଥାନୀୟ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ସ୍ଥାନୀୟ ଅଧିବାସୀଙ୍କ ସହାୟତାରେ ବିମାନର ଭଗ୍ନାଂଶ ହଟାଯିବା ସହ ପାଇଲଟ୍‌ଙ୍କ ଶବକୁ ଉଦ୍ଧାର କରାଯାଇଥିବା ଆଜମଗଡ଼ ପୁଲିସ ସୂଚନା ଦେଇଛି।

Leave A Reply

Your email address will not be published.