Latest Odisha News

BREAKING NEWS

ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କ ବିବାଦୀୟ ବୟାନ, କହିଲେ- ‘ନେତାଜୀଙ୍କୁ ହତ୍ୟା ପଛରେ କଂଗ୍ରେସ’

ଉନ୍ନାଓ: ମନ୍ତବ୍ୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବିଜେପି ସାଂସଦ ସାକ୍ଷୀ ମହାରାଜ ପୁଣିଥରେ ନିଜ ବୟାନକୁ ନେଇ ବିବାଦ ଘେରକୁ ଆସିଛନ୍ତି । ସାକ୍ଷୀ ମହାରାଜ କହିଛନ୍ତି- ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହତ୍ୟା ପଛରେ କଂଗ୍ରେସର ହାତ ରହିଛି । ସାକ୍ଷୀ ମହାରାଜ ଅଭିଯୋଗ କରିଛନ୍ତି- କଂଗ୍ରେସ ନେତାଜୀଙ୍କ ହତ୍ୟା କରିଛି । ଉନ୍ନାଓରେ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଭାଷଣ ଦେବାବେଳେ ଏମିତି କହିଛନ୍ତି ସାକ୍ଷୀ ମହାରାଜ ।

ସେ କହିଛନ୍ତି ‘ସମୟ ପୂର୍ବରୁ ସୁଭାଷ ବୋଷଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦିଆଯାଇଥିଲା । ମୁଁ ଅଭିଯୋଗ କରୁଛି କଂଗ୍ରେସ ହିଁ ସୁଭାଷ ଚନ୍ଦ୍ର ବୋଷଙ୍କୁ ହତ୍ୟା କରିଛି । ନେତାଜୀଙ୍କ ଲୋକପ୍ରିୟତା ଆଗରେ ପଣ୍ଡିତ ନେହରୁ ଓ ମହାତ୍ମା ଗାନ୍ଧୀଙ୍କ ମଧ୍ୟ ଲୋକପ୍ରିୟତା ବହୁତ କମ୍ ଥିଲା ।’

ସାକ୍ଷୀ ମହାରାଜ କହିଛନ୍ତି- ‘ସୁଭାଷ ବୋଷ ନାରା ଦେଇଥିଲେ ମୋତେ ରକ୍ତଦିଅ, ସ୍ୱାଧୀନତା ଦେବି । ଇଂରେଜମାନେ ମାଗୁ ମାଗୁ ସ୍ୱାଧୀନତା ଦେଇ ଦେଇନଥାନ୍ତେ । ସ୍ୱାଧୀନତା ପାଇଁ ଅନେକ ସହିଦ ହୋଇଛନ୍ତି ।’ ରକ୍ତ ମୂଲ୍ୟ ଦେଇ ସ୍ୱାଧୀନତା କିଣିଥିବା ସାକ୍ଷୀ ମହାରାଜ କହିଛନ୍ତି ।

Leave A Reply

Your email address will not be published.