ଭୁବନେଶ୍ୱର : ରାଜ୍ୟରେ ଆସିଥିବା ବଡଧରଣର ବନ୍ୟାରେ ଅନେକ ଧନ ଜୀବନ ନଷ୍ଟ ହୋଇଛି । ତେବେ ଏହି ବନ୍ୟାପାଇଁ ରାଜ୍ୟ ସରକାରଙ୍କୁ ସମ୍ପୂର୍ଣ ଦାୟୀ କରିଛି ବିଜେପି । ଏଭଲି ବନ୍ୟା ପ୍ରାକୃତିକ ନୁହେଁ ସମ୍ପୂର୍ଣ ଭାବେ ମନୁଷ୍ୟକୃତ ବୋଲି ଏକ ସାମ୍ବାଦିକ ସମ୍ମିଳନି କରି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।
ସରକାରଙ୍କ ଅବହେଳା ପାଇଁ ବନ୍ୟା ଆସିଛି । ଜଳ ସମ୍ପଦ ବିଭାଗ ବର୍ଷା ଋତୁ ପୁର୍ବରୁ ନଦୀ ବନ୍ଧ ସୁରକ୍ଷା ପାଇଁ କିଛି ପଦକ୍ଷପ ନେଇନଥିଲେ । ବନ୍ଧ ମରାମତି ନାରେ କୋଟିକୋଟି ଟଙ୍କା ହରିଲୁଟ ହୋଇଛି । ହେଲେ କିଛି କାମ ହୋଇ ନାହିଁ । ଯାହା ଫଳରେ ଅଳ୍ପ ବର୍ଷାରେ ମଧ୍ୟ ନଦୀ ବନ୍ଧଗୁଡିକ ଭାଙ୍ଗି ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଯାଇଛି । ବନ୍ୟାରେ ଅନେକ ଧନ ଜୀବନ ନଷ୍ଟ ହେବା ପରେ ରାଜ୍ୟବାସୀ ସରକାରଙ୍କ ଭରସାରେ ନୁହେଁ ଭଗବାନଙ୍କ ଭରସାରେ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।
ସରକାରଙ୍କ ଦାୟିତ୍ୱହୀନତା ପାଇଁ ରାଜ୍ୟରେ ଅନ୍ୟ ନଦୀ ଗୁଡିକରେ ଯେପରି ବନ୍ୟା ଆସିଛି ସେହିପରି ମହାନଦୀରେ ବନ୍ୟା ପାଇଁ ମଧ୍ୟ ସରକାରଙ୍କ ଅପାରଗତା ଦାୟୀ । ମହାନଦୀ ଘଟଣାରେ ସରକାର ଛତିସଗଡ ସହ ଆଲୋଚନା କରୁନାହନ୍ତି । ହୀରାକୁଦ ବନ୍ଦ ପରିଚାଳନା ରେ ସମ୍ପୁର୍ଣ ବିଫଳ ପୋଇଛନ୍ତି ସରକାର । ହୀରାକୁଦ ବନ୍ଦ ପରିଚାଳନା ପାଇଁ ୬୦ ଦଶକରେ ଯେଉଁ ରୁଲ କର୍ଭ ଥିଲା ଆଜିଯାଏ ସମିକ୍ଷା କରାଯାଇନାହିଁ । ରାଜ୍ୟ ସରକାରଙ୍କ ମନମୁଖୀ ପରିଚାଳନା ପାଇଁ ଆଜି ମହାନଦୀ ଓ ଶାଖା ନଦୀରେ ବନ୍ୟା ଆସିଛି । ରାଜ୍ୟ ସରକାର ସଠିକ ଭାବେ ପରିଚାଳନା ନକରିବାରୁ ମହାନଦୀ ଓ ତାହାର ଶାଖା ନଦୀ କୁଳରେ ବାସ କରୁଥିବା ଲୋକ ଆଜି ବନ୍ୟା ଘେରରେ ଅଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ସରକାର ବିଫଳ ହୋଇ ନିଜର ପ୍ରକୃତ ମୁଖା ଖୋଲିଦେଇଛନ୍ତି । ବନ୍ୟା ଆସିବାର ୪ ଦିନ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ରିଲଫ ପହଁଚିପାରିଲା ନାହିଁ । ୪ ଦିନ କାଳ ଶୁଖିଲା ଖାଦ୍ୟ କି ରନ୍ଧାଖାଦ୍ୟ ନମିଳିବାରୁ ଲୋକେ ଭୋକ ଉପାସରେ ହନ୍ତସନ୍ତ ହେଉଥିଲେ । ଖଣ୍ଡିଏ ପଲଥିନ ମଧ୍ୟ ମିଳିନଥିଲା ପ୍ରଶାସନର ଦେଖା ଦର୍ଶନ ବି ନଥିଲା । ସରକାର ଅପେକ୍ଷା କରିଛନ୍ତି କେବେ ବିପର୍ଯ୍ୟୟ ଆସିବ ଗରିବ ଲୋକଙ୍କ ନାରେ ମିଛ ବିଲ କରି ନେତା ଓ କର୍ମୀଙ୍କ ପକେଟ ଗରମ କରିବେ । ସାମ୍ବାଦିକ ସମ୍ମିଳନି କରି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ବନ୍ୟା ପାଇଁ ରାଜ୍ୟ ସରକାରଙ୍କୁ ସମ୍ପୁର୍ଣ ଦୋଷ ଦେଇଛନ୍ତି । ତାସହ ସରକାରଙ୍କ ଦାଇତ୍ବ ହୀନତା ପାଇଁ ଯେତିକି କ୍ଷତି ହୋଇଛି ସେଥିପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ । ବନ୍ୟା ପରିଚାଳନା ପାଇଁ ଏକ ଦୀର୍ଘ ସୁତ୍ରା ଯୋଜନା ପ୍ରସ୍ତୁତ କରିବାପାଇଁ ଦାବି କରିଛନ୍ତି ।
Comments are closed.