କୋଲକାତା: ଚାଲିଥିବା ବିଧାନସଭା ନିର୍ବାଚନରେ କ୍ଷମତାକୁ ଆସିବା ପରେ ପଶ୍ଚିମବଙ୍ଗରେ ବିନାମୂଲ୍ୟରେ ଟିକା ପ୍ରଦାନ କରିବ ବୋଲି ବଙ୍ଗଳା ବିଜେପି ଘୋଷଣା କରିଛି।
ବଙ୍ଗଳା ବିଜେପି ଶୁକ୍ରବାର ଦିନ ଏକ ଟୁଇଟ୍ରେ କହିଛି ଯେ ପଶ୍ଚିମବଙ୍ଗରେ ବିଜେପି ସରକାର କ୍ଷମତାକୁ ଆସିବା ମାତ୍ରେ ସମସ୍ତଙ୍କୁ ମାଗଣାରେ କୋଭିଡ-୧୯ ଟିକା ଯୋଗାଇ ଦିଆଯିବ।
ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମସ୍ତଙ୍କ ପାଇଁ ମାଗଣା କୋଭିଡ୍ ଟିକା ଯୋଗାଇବାକୁ ଅନୁରୋଧ କରିଛନ୍ତି।
କେନ୍ଦ୍ରର ଟୀକାକରଣ ନୀତି ଉପରେ ଏକ ସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଇଥିବା ଦ୍ୱିତୀୟ ପତ୍ରରେ ମମତା ବାନାର୍ଜୀ ଏହା ମଧ୍ୟ କହିଛନ୍ତି ଯେ ଏହି ସଙ୍କଟ ସମୟରେ ଟିକା ଉତ୍ପାଦନକାରୀମାନେ ଟିକା ସହିତ ବ୍ୟବସାୟ କରିବା ଉଚିତ୍ ନୁହେଁ।
Comments are closed.