Latest Odisha News

BREAKING NEWS

“କାଶ୍ମୀରୀଙ୍କୁ ପାକିସ୍ତାନର ସୁରକ୍ଷା? ଫାରୁକ୍‌ଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଗରମ ହେଲା ରାଜନୀତି!”

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ର ବରିଷ୍ଠ ନେତା ଫାରୁକ୍ ଅବଦୁଲ୍ଲାଙ୍କ ଏକ ବିବାଦୀୟ ବୟାନକୁ ନେଇ ଦେଶସାରା ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ଫାରୁକ୍ ଦାବି କରିଛନ୍ତି ଯେ, *କାଶ୍ମୀରୀମାନଙ୍କ ପ୍ରତି ଭାରତ ସରକାରଙ୍କ ଉଦ୍ଦେଶ୍ୟ ସଠିକ୍ ନୁହେଁ* । ଅପରପକ୍ଷରେ, ପାକିସ୍ତାନର କୂଟନୈତିକ ପ୍ରଚେଷ୍ଟା ଯୋଗୁଁ ହିଁ ବିଶ୍ୱ ଦରବାରରେ କାଶ୍ମୀରୀମାନଙ୍କ ସ୍ୱର ଶୁଣାଯାଉଛି ଏବଂ ପାକିସ୍ତାନ ସେମାନଙ୍କୁ ସୁରକ୍ଷା ଦେଉଛି ।

ଫାରୁକ୍‌ଙ୍କ ଏହି ମନ୍ତବ୍ୟ ଆସିବା ପରେ ଭାରତୀୟ ଜନତା ପାର୍ଟି ତାଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବିଜେପି ନେତାମାନେ ଏହାକୁ ସୀଧାସଳଖ ‘ଦେଶଦ୍ରୋହ’ ଏବଂ ‘ପାକିସ୍ତାନୀ ପ୍ରଚାରର ସମର୍ଥନ’ ବୋଲି କହିଛନ୍ତି ।

ବିଜେପି ନେତା ଆର. ପି. ସିଂହ ଏବଂ ରବିନ୍ଦର ରାଇନା କହିଛନ୍ତି ଯେ, “ଯେଉଁ ପାକିସ୍ତାନ ନିରୀହ କାଶ୍ମୀରୀଙ୍କ ହତ୍ୟା ଏବଂ ସୀମାପାର ଆତଙ୍କବାଦ ପାଇଁ ଦାୟୀ, ତାହା କିପରି ସେମାନଙ୍କର ସୁରକ୍ଷାକାରୀ ହୋଇପାରିବ?” ବିଜେପି ପକ୍ଷରୁ କୁହାଯାଇଛି ଯେ, ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରରେ ଶାନ୍ତି, ପର୍ଯ୍ୟଟନ ଓ ଆର୍ଥିକ ପ୍ରଗତି ବୃଦ୍ଧି ପାଇଛି। ଫାରୁକ୍ ଅବଦୁଲ୍ଲା ରାଷ୍ଟ୍ରବିରୋଧୀ ବୟାନ ଦେଇ ଭାରତୀୟ ସମ୍ବିଧାନ ଓ ସେନାକୁ ଅପମାନିତ କରିଛନ୍ତି। ଏହି ମାମଲାରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ସେ ଦେଶବାସୀଙ୍କ ନିକଟରେ କ୍ଷମା ମାଗନ୍ତୁ ବୋଲି ବିଜେପି ଦାବି କରିଛି। ” ଏହା ସହ ବିଜେପି ସ୍ପଷ୍ଟ କରିଛି ଯେ, ନିର୍ବାଚନ ପୂର୍ବରୁ କାଶ୍ମୀରୀ ଜନସାଧାରଣଙ୍କୁ ଭ୍ରମିତ କରିବା ଏବଂ ପାକିସ୍ତାନର କଳା ଅଧ୍ୟାୟକୁ ଲୁଚାଇବା ପାଇଁ ଅବଦୁଲ୍ଲା ଏପରି ଦାୟିତ୍ୱହୀନ ତଥା ରାଷ୍ଟ୍ରବିରୋଧୀ ମନ୍ତବ୍ୟ ଦେଉଛନ୍ତି।”

>

Leave A Reply

Your email address will not be published.