Latest Odisha News

୨୩ ବର୍ଷ ପରେ ନବୀନ ବାବୁଙ୍କୁ ମନେ ପଡିଲା ‘ଅପପୁଷ୍ଟିର କଳଙ୍କ’ କଥା: ଐଶ୍ୱର୍ଯ୍ୟା ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାକୁ ନେଇ ବିଜେପି ମହିଳାମୋର୍ଚ୍ଚା ଶାସକ ଦଳକୁ ଟାର୍ଗେଟ କରିଛି। ନିର୍ବାଚନ ସମୟରେ ଗରିବ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଏଭଳି ଯୋଜନା କରାଯାଇଛି ବୋଲି ବିଜେପି ଅଭିଯୋଗ କରିଛି। ନିକଟ ଅତୀତରେ ନଗଡାର ଶିଶୁ ଅପପୁଷ୍ଟିର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। କିନ୍ତୁ କୁପୋଷଣକୁ କମ କରିବା ପାଇଁ ରାଜ୍ୟ ସରକାରଙ୍କ କୌଣସି ଠୋସ ଯୋଜନା ନାହିଁ। ଏବେ ୨୩ ବର୍ଷ ପରେ ମୁଖ୍ୟମନ୍ତ୍ରୀଙ୍କର ଅପପୁଷ୍ଟିର କଥା ମନେପଡିଛି ବୋଲି ବିଜେପି ମହିଳାମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି।

BjdElectrycity

ଏବେ ଓଡ଼ିଶାର କିଛି ଜିଲ୍ଲାର ଚିତ୍ର ଆଫ୍ରିକୀୟ ଦେଶ ସୋମାଲିଆ, ଉଗାଣ୍ଡା ଭଳି ସମାନ ଦେଖାଯାଉଛି। ଛୋଟପିଲାଙ୍କର ଶାରୀରିକ ଓ ମାନସିକ ବିକାଶ ହେଉନାହିଁ। ନିର୍ବାଚନ ସମୟରେ ଗରୀବ ଲୋକଙ୍କୁ ଭୂଆଁ ବୁଲାଇବା ଯେମିତି “ବାହାଘର ବେଳେ ବାଇଗଣ ରୋଇବା” ଭଳି ନିର୍ବାଚନ ଆସିଲେ ବିଜେଡିର ଚେତା ପଶେ। ଡା.ବିଶ୍ୱାଳ କହିଛନ୍ତି ଯେ, ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ କୁପୋଷଣରୁ ସୁପୋଷଣକୁ ନେଇଯିବା ପାଇଁ ଅନେକ ଯୋଜନା କରିଛନ୍ତି। ଯେମିତି ପୋଷଣ-୨, ଆନିମିଆ (ରକ୍ତହୀନତା) ମୁକ୍ତ ଭାରତ, ନ୍ୟାସନାଲ ହେଲ୍‌ଥ ମିଶନରୁ ସବୁ ସପ୍ତାହରେ ଗର୍ଭବତୀ ମହିଳାମାନଙ୍କୁ ମାଗଣାରେ ଆଇରନ, ଫଲିକଏସିଡ୍ ଟ୍ୟାବଲେଟ ବଣ୍ଟନ କରାଯାଉଛି।

କୁପୋଷଣ ଦୂର କରିବା ପାଇଁ ମୋଦୀଜୀ ୬୦ପ୍ରତିଶତ ଟଙ୍କା ଓଡିଶାକୁ ଦେଉଛନ୍ତି କିନ୍ତୁ ନବୀନ ବାବୁ ତାହା କାର୍ଯ୍ୟରେ ଲଗାଇବାରେ ବିଫଳ ସାବ୍ୟସ୍ତ ହୋଇଛନ୍ତି। ଦୀର୍ଘ ୨୩ବର୍ଷ ଧରି ନିରୁଙ୍କଶ ଶାସନ କ୍ଷମତାରେ ରହିବି ବିଜେଡି ସରକାର ପୃଷ୍ଟିହୀନତା ଉପରେ ରୋକ୍ ଲଗାଇ ପାରିଲେ ନାହିଁ। ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଡା.ବିଶ୍ୱାଳ କହିଛନ୍ତି।‘ନ୍ୟାସନାଲ ଫ୍ୟାମିଲ ହେଲଥ୍ ସର୍ଭେ ରିପୋର୍ଟ-୫’ରୁ ସ୍ପଷ୍ଟ ହୋଇଛି, ଓଡ଼ିଶାରେ ୬୪.୩ପ୍ରତିଶତ ମହିଳା ରକ୍ତହୀନତାର ଶିକାର ହୋଇଛନ୍ତି । ୫୦ପ୍ରତିଶତ ଓଜନ (ଅଣ୍ଡରୱେଟ) ଓ ଉଚ୍ଚତାହ୍ରାସ (ଷ୍ଟଟ୍ରେଂଟ) ଥିବା ଶିଶୁ ଯଥା, ମାଲକାନଗିରି, ମୟୂରଭଞ୍ଜ, ନବରନଙ୍ଗପୁର ଅଂଚଳରେ ଦେଖାଯାଉଛନ୍ତି। ଓଡ଼ିଶାରେ ସୁବର୍ଣ୍ଣପୁର, ମାଲକାନଗିରି, ଦେବଗଡରେ ୱେଷ୍ଟେଡ୍ ଶିଶୁ ୩୦ ପ୍ରତିଶତରୁ ଊର୍ଦ୍ଧ୍ୱ ରହିଛନ୍ତି। ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟ ଓ ଲଜ୍ଜାଜନକ। କେବେ ଓଡିଶା ଅପପୃଷ୍ଟିରୁ ମୁକ୍ତି ପାଇବ ବୋଲି ଡା.ବିଶ୍ୱାଳ କହିଛନ୍ତି।

Leave A Reply

Your email address will not be published.