Latest Odisha News

BREAKING NEWS

ଅଷ୍ଟ୍ରେଲୀୟ ସ୍ପିନର ଆଡାମ ଜାମ୍ପାଙ୍କ ନାମରେ ଅଲୋଡା ରେକର୍ଡ

ସେଂଚୁରିଆନ: ଅଷ୍ଟ୍ରେଲୀୟ ଲେଗ ସ୍ପିନର ଆଡାମ ଜାମ୍ପା ଆଜିର ଦିନକୁ ମନେ ରଖିବା ପାଇଁ ଚାହିଁବେ ନାହିଁ । ଦକ୍ଷିଣ ଆଫ୍ରିକା ବିପକ୍ଷ ୪ର୍ଥ ଦିନିକିଆ ମ୍ୟାଚରେ ସେ ସବୁଠାରୁ ବ୍ୟୟ ବହୂଳ ବୋଲର ସାବ୍ୟସ୍ତ ହୋଇଛନ୍ତି । ସେ ୧୦ ଓଭରରେ ୧୧୩ ରନ ଦେଇଛନ୍ତି । ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ମିକ ଲୁଇସ ମଧ୍ୟ ସମାନ ରନ ଦେଇଥିଲେ । ଜାମ୍ପା ଗୋଟିଏ ଇନିଂସରେ ୧୦୦ ରନରୁ ଅଧିକ ବ୍ୟୟ କରିବାରେ ଓଭରାଲ ୧୬ତମ ବୋଲର ହୋଇଛନ୍ତି । ଲୁଇସ ଓ ଜାମ୍ପାଙ୍କ ବ୍ୟତୀତ ୱାହାବ ରିୟାଜ, ରଶିଦ ଖାଁ, ଫିଲିପ ବୋଇସସେଭେନ, ଭୁବନେଶ୍ୱର କୁମାର, ନୁୱାନ ପ୍ରଦୀପ, ମାର୍ଟିନ ଷ୍ଟେଡେନ, ଟିମ ସୌଥୀ, ବ୍ରାୟନ ଭିଟ୍ଟୋରୀ, ଜାସନ ହୋଲ୍ଡର, ବିନୟ କୁମାର, ଦୌଲତ ଜାଦାରନ, ହାସନ ଅଲୀ, ଆଣ୍ଡ୍ର‌୍ୟୁ ଟାଏ ଓ ଜ୍ୟାକବ ଡଫି ସେମାନେ ସ୍ପେଲରେ ୧୦୦ରୁ ଊର୍ଦ୍ଧ୍ୱ ରନ ବ୍ୟୟ କରିଛନ୍ତି ।

BjdElectrycity

ଦକ୍ଷିଣ ଆଫ୍ରିକା ଏହି ମ୍ୟାଚରେ ୪୧୭ ରନର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ହେନରିକ କ୍ଲାସେନ ୮୩ ବଲରେ ୧୩ ଚୌକା ଓ ୧୩ ଛକା ସହାୟତାରେ ୧୭୪ ରନର ଇନିଂସ ଖେଳିଥିଲେ । ଜାମ୍ପା ତାଙ୍କ କ୍ୟାରିୟରରେ ୮୨ ମ୍ୟାଚରେ ୧୩୬ ୱିକେଟ ହାସଲ କରିଛନ୍ତି । ବୋଲିଂରେ ତାଙ୍କ ଇକୋନୋମୀ ରେଟ ଏବେ ବି ୫.୪୯ ରହିଛି ।

Leave A Reply

Your email address will not be published.