Latest Odisha News

BREAKING NEWS

ଆରପାରିରେ ଅଭିନେତା ରିଓ କାପାଡିଆ

ମୁମ୍ବାଇ: ଆରପାରିରେ ଭେଟେରାନ ଅଭିନେତା ରିଓ କାପାଡିଆ । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା । ଗତ ବର୍ଷ ଠାରୁ ସେ କ୍ୟାନସରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଗୁରୁବାର ତାଙ୍କର ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ବଲିଉଡ଼ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଏହି ଖବର ପାଇଁ ଅନେକ କଳାକାର ତାଙ୍କର ଶେଷ ଦର୍ଶନ କରିଥିଲେ । ଗୋରେଗାଓଁର ଶିବ ଧାମ ଶ୍ମଶାନ ଭୂମିରେ ତାଙ୍କର ଶବସତ୍କାର କରାଯାଇଛି ।

ଅଭିନେତା ରିଓ କାପାଡିଆ ‘ଦିଲ ଚାହତା ହୈ’ ଏବଂ ‘ଚକ ଦେ ଇଣ୍ଡିଆ’ ଭଳି ସୁପରହିଟ୍ ଫିଲ୍ମରେ ଅଭିନୟ କରି ଲୋକଙ୍କ ପ୍ରିୟ ହୋଇପାରିଥିଲେ । ଏଥିସହିତ ସେ ‘ଖୁଦା ହାଫିଜ’, ‘ଦି ବିଗ୍ ବୁଲ୍‌’,‘ଏଜେଣ୍ଟ ବିନୋଦ’ ଆଦି ବିଭିନ୍ନ ଫିଲ୍ମରେ ଅଭିନୟ କରିଥିଲେ । ନିକଟରେ ‘ମେଡ ଇନ ହିଭେନ୍ ୨’ର ଏକ ଏପିସୋଡରେ ନଜର ଆସିଥିଲେ । ଫିଲ୍ମ ବ୍ୟତୀତ ସେ ଟେଲିଭିଜନରେ ମଧ୍ୟ ଜଣେ ପ୍ରମୁଖ ଚେହେରା ଥିଲେ । ସେ ‘ସପ୍‌ନେ ସୁହାନେ ଲଡକପନ କେ’ଏବଂ’ ‘ମହାଭାରତ’ ଭଳି ଶୋ’ରେ ମଧ୍ୟ ଅଭିନୟ କରିଥିଲେ ।

Leave A Reply

Your email address will not be published.