Latest Odisha News

BREAKING NEWS

‘ଭାରତ ଯୋଡ’ରେ ରଘୁରାମ ରାଜନଙ୍କୁ ଦେଖି କ୍ଷୁବ୍ଧ ହେଲା ବିଜେପି

ନୂଆଦିଲ୍ଲୀ: ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ କାର୍ଯ୍ୟକ୍ରମରେ ରଘୁରାମ ରାଜନଙ୍କୁ ଦେଖି କ୍ଷୁବ୍ଧ ହୋଇଛି ବିଜେପି । ଏ ନେଇ ରଘୁରାମ ରାଜନଙ୍କୁ ସମାଲୋଚନା କରି ସେ ଅନ୍ୟ କଥାରେ ପରିଚାଳିତ ହେଉଥିବା ଜଣେ ବ୍ୟକ୍ତି ବୋଲି କହିଛି ବିଜେପି। ସେତିକି ନୁହେଁ, ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ  ଜଣେ ସୁବିଧାବାଦୀ ଲୋକ ବୋଲି ମଧ୍ୟ ଆକ୍ଷେପ କରିଛି  ଦଳ ।

ଭାରତୀୟ ରିଜର୍ଭ ବ୍ୟାଙ୍କର ପୂ୍ର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ବୁଧବାର ସକାଳେ ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିଲେ । ରାଜସ୍ଥାନର ସବାଈ ମାଧୋପୁର ଇଲାକାରେ ଚାଲିଥିବା ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ସହ ରଘୁରାମ ରାଜନ ସାମିଲ ହୋଇଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଭିଡିଓରେ ରାହୁଲ ଗାନ୍ଧି ଓ ରଘୁରାମ ରାଜନ କଥାବାର୍ତ୍ତା ହୋଇ ଯାଉଥିବାର ଦେଖିବାକୁ ମିଳିଥିଲା ।

ଏହାକୁ ଦେଖି ରଘୁରାମ ରାଜନଙ୍କୁ ଟାର୍ଗେଟ କରିଛି ବିଜେପି ।  ବିଜେପି ମିଡିଆ ସେଲର ମୁଖ୍ୟ ତଥା ସାଂସଦ ଅନୀଲ ବାଲୁନି  ରଘୁରାମ ରାଜନ ଜଣେ ନିରପେକ୍ଷ ବିଶେଷଜ୍ଞ ନୁହନ୍ତି, କଂଗ୍ରେସ ତାଙ୍କୁ ଆରବିଆଇ ଗଭର୍ଣ୍ଣର କରିଥିବାରୁ ସେ ଋଣ ଶୁଝିବା ପାଇଁ ନିଜର ମତ ରଖନ୍ତି ବୋଲି କହିଛନ୍ତି । ଅନିଲଙ୍କ ସହ ଅନ୍ୟ ନେତାମାନେ ମଧ୍ୟ ରଘୁରାମ ରାଜନଙ୍କୁ ଆକ୍ଷେପ କରିଛନ୍ତି ।

Leave A Reply

Your email address will not be published.