Latest Odisha News

BREAKING NEWS

ବିଜେପିର ୩ଟି ଦଳ ଆସନ୍ତାକାଲି ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ

ଭୁବନେଶ୍ୱର: ରାଜ୍ୟର ଗଞ୍ଜାମ ଓ ଗଜପତି ଜିଲ୍ଲାର ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ରାଜ୍ୟ ବିଜେପି ୩ଟି ଦଳ ଗଠନ କରିଛି, ଏହି ଦଳ ଆସନ୍ତାକାଲି ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିବେ ।

ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିଜେପି ଓବିସି ମୋଚ୍ଚାର କିଛି ପ୍ରତିନିଧିଙ୍କ ସହିତ ଗଞ୍ଜାମର ଆସ୍କା ପରିଦର୍ଶନ କରିବେ ।

ସେହିପରି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ରାଜ୍ୟ ଯୁବମୋର୍ଚ୍ଚାର ସଦସ୍ୟଙ୍କ ସହାୟତାରେ ଗଞ୍ଜାମ ଜିଲ୍ଲା ଗସ୍ତ କରିବେ ।

ରାଜ୍ୟ କୃଷକମୋର୍ଚ୍ଚାର ପ୍ରତିନିଧିଙ୍କ ସହିତ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ୱରେ ଏକ ଦଳ ଗଜପତି ଜିଲ୍ଲା ଗସ୍ତ କରିବେ ।

ଏହି ଗସ୍ତ ସମୟରେ ଏହି ୩ଟି ଦଳ ବନ୍ୟା ଓ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳ ପରିଦର୍ଶନ କରି ପ୍ରଭାବିତ ସ୍ଥାନମାନଙ୍କରେ ଜନସାଧାରଣଙ୍କ ଠାରୁ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବେ ।

Leave A Reply

Your email address will not be published.