ଅହମ୍ମଦାବାଦ: ଗୁଜରାଟରେ ବିଜେପିକୁ ବଡ ସଫଳତା । ୧୫୬ ସିଟରେ ଜିତିଲା ବିଜେପି । ରାଜ୍ୟରେ ପୁଣି ଥରେ କ୍ଷମତାକୁ ଫେରିଛି ବିଜେପି । ଅନ୍ୟପକ୍ଷେ କଂଗ୍ରେସ ଏଠାରେ ନିଜର ସତ୍ତା ହରାଇଛି । ମାତ୍ର ୧୭ ସିଟ ପାଇ ସନ୍ତୁଷ୍ଟ ହୋଇଛି କଂଗ୍ରେସ ।
ଗୁଜରାଟରେ ଆପକୁ ମିିଳିଛି ବଡ ସଫଳତା । ପଦ୍ମଗଡ କୁହାଯାଉଥିବା ଗୁଜରାଟରେ ୪ଟି ଆସନରେ ବାଜିମାତ କରିଛି ଆପ । ଏହା ଦଳ ପାଇଁ ଏକ ବଡ ସଫଳତା ବୋଲି କହିଛନ୍ତି ଦଳୀୟ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଏହା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆପକୁ ଜାତୀୟ ଦଳ ଘୋଷଣା କରିଛନ୍ତି । ରାଜ୍ୟରେ ଅନ୍ୟଦଳକୁ ମିଳିଛି ୪ ଆସନ ।
ସେହିପରି ହିମାଚଳ ପ୍ରଦେଶରେ କଂଗ୍ରେସ ୪୦ ଆସନରେ ଜିତିଥିବା ବେଳେ ବିଜେପି ୨୫ ଆସନରେ ଜିତଛି । ଆପ ଏଠାରେ ଖାତି ଖୋଲି ନ ଥିବାବେଳେ ଅନ୍ୟ ଦଳ ପାଇଛି ୩ ଆସନ ।
Comments are closed.