Latest Odisha News

ଶ୍ରୀକ୍ଷେତ୍ର ଗଲା ଶାବର ଶ୍ରୀକ୍ଷେତ୍ରର କଳାଜିରା ଚାଉଳ, ପ୍ରସ୍ତୁତ ହେବ ମହାପ୍ରଭୁଙ୍କ ମହାପ୍ରସାଦ

କୋରାପୁଟ: ଶାବର ଶ୍ରୀକ୍ଷେତ୍ରରୁ ଶ୍ରୀମନ୍ଦିର ଗଲା କଳାଜିରା ଚାଉଳ । କଳାଜିରା ଚାଉଳର ସୁଗନ୍ଧରେ ମହକିବ ବଡ଼ ଠାକୁରଙ୍କ ରୋଷଶାଳା । ନିକଟରେ କୋରାପୁଟ ଜିଲ୍ଲାର ଉତ୍ପାଦିତ କଳାଜିରା ଧାନକୁ ମିଳିଛି ଜିଆଇ ଟ୍ୟାଗ୍ । କଳାଜିରା ଧାନରୁ ଏହି ଚାଉଳକୁ ଜୈବିକ ପଦ୍ଧତିରେ ଉତ୍ପାଦନ କରାଯାଏ ।

BjdElectrycity

ତେବେ ୧୨ ଜଣିଆ ଆଦିବାସୀ ମହିଳା ଦଳ କୋରାପୁଟ ଜଗନ୍ନାଥ ମନ୍ଦିରରେ କଳାଜିରା ଚାଉଳ ଅର୍ପଣ କରିବା ସହ ଆଜି ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରଗତି ଏବଂ ଜୈବିକଶ୍ରୀ କମ୍ପାନୀ ପ୍ରୟାସରେ ମନ୍ଦିରକୁ କଳା ଜିରା ଚାଉଳ ପଠାଯାଇଛି । ଶ୍ରୀମନ୍ଦିରରେ ପ୍ରସ୍ତୁତ ହେଉଥିବା ଭୋଗ ସମ୍ପୂର୍ଣ୍ଣ ରସାୟନିକ ସାର ମୁକ୍ତ ଶସ୍ୟରେ ପ୍ରସ୍ତୁତ ହେବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଆୟୋଜକ ।

କଳାଜିରା ଚାଉଳର ଗୁଣବତ୍ତା ଅନ୍ୟ ଚାଉଳ ଅପେକ୍ଷା ଉନ୍ନତ ମାନର । ତେଣୁ ଶ୍ରୀମନ୍ଦିର ରୋଷଶାଳାରେ ନିୟମିତ ଭୋଗ ପ୍ରସ୍ତୁତ ହେଲେ ରାଜ୍ୟର ଚାଷୀ ଉପକୃତ ହେବେ ବୋଲି କୁହାଯାଉଛି । ଆଗକୁ ଲିଙ୍ଗରାଜ ଓ ଅନନ୍ତ ବାସୁଦେବ ମନ୍ଦିରକୁ ମଧ୍ୟ ପଠାଯିବ ବୋଲି ଉତ୍ପାଦନକାରୀ ଜୈବିକ ସଂସ୍ଥାର ଅଧିକାରୀ କହିଛନ୍ତି।

Leave A Reply

Your email address will not be published.