Latest Odisha News

BREAKING NEWS

ନିଲାମ ହେବ ଦୁନିଆର ସବୁଠାରୁ ବଡ କଳା ହୀରା

ଭୁବନେଶ୍ୱର: ଦୁନିଆର ସବୁଠାରୁ ବଡ କଳା ହୀରାର ନିଲାମ ହେବ ବୋଲି ନ୍ୟୁଜ ୱେବସାଇଟ ସିଏନଏନରେ ରିପୋର୍ଟ ପ୍ରକାଶ ପାଇଛି । ଅନ୍ୟ ଗ୍ରହରୁ ଏହି ହୀରା ଆସିଥିବା ଅନୁମାନ କରାଯାଉଛି । ଏହା ୫୫୫.୫୫ କ୍ୟାରେଟ ବିଶିଷ୍ଟ ଏବଂ ଏହାର ପ୍ରାରମ୍ଭିକ ମୂଲ୍ୟ ୫୦ କୋଟି ରଖାଯାଇଛି । ସୋଥବେ ନାମକ ଏକ କମ୍ପାନୀ ଏହାକୁ ନିଲାମ କରିବ । ଏହି କାର୍ବୋନାଡୋ ୨୦୦୬ରେ ଗିନିସ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା । ବ୍ରାଜିଲ ଓ ମଧ୍ୟ ଆଫ୍ରିକାରେ ବେଳେ ବେଳେ ଏହି ହୀରା ମିଳିଥାଏ ।

ଛୋଟ ଉଲକାପିଣ୍ଡ କିମ୍ବା ଗ୍ରହ ପୃଥିବୀ ସହ ମାଡ ହେବା ପରେ ହୀରାର ରୂପ ନେଇଥିବା ଅନୁମାନ କରାଯାଉଛି । ଏହା କେତେ ବର୍ଷ ତଳର ହେବ ତାହା ଗବେଷକମାନେ ସଠିକ ଭାବେ ଆକଳନ କରିପାରି ନାହାନ୍ତି ।

Comments are closed, but trackbacks and pingbacks are open.