Latest Odisha News

BREAKING NEWS

ପ୍ରାର୍ଥୀପତ୍ର ଦାଖଲ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ, ଧାନ ଗଦାରେ ଲଗାଇଦେଲେ ନିଆଁ

କଟକ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିର୍ବାଚନୀ ହିଂସା । ସରପଞ୍ଚ ପ୍ରାର୍ଥୀ ପତ୍ର ଦାଖଲକୁ ନେଇ ତୁମୁଳ କାଣ୍ଡ । ଧାନ ଗଦାରେ ନିଆଁ ଲଗାଇଦେଇଛନ୍ତି ଦୁବୃର୍ତ୍ତ । କଟକ ତିଗିରିଆ ବ୍ଲକ ଅଚଳ କୋଟ ଗାଁ ରେ ଏପରି ଘଟଣା ଘଟିଛିା ସରପଞ୍ଚ ପ୍ରାର୍ଥୀ ପତ୍ର ଦାଖଲ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ୟ ମୁହାଁମୁହିଁ ହେବାକୁ ପଛାଇ ନଥିଲେ ।

ଫଳରେ ବିଳମ୍ବିତ ରାତିରେ ଗୋଟିଏ ଗୋଷ୍ଠୀର ସମର୍ଥକ ଆଉ ଗୋଟିଏ ଗୋଷ୍ଠୀର ଧାନ ଗଦାରେ ନିଆଁ ଲଗାଇଦେଇଛନ୍ତି । ଫଳରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ ଜଳିପୋଡି ପାଉଁସ ହୋଇଯାଇଥିବା ଅଭିଯୋଗ ହୋଇଛି । ପରେ ଗାଁ ଲୋକ ଖବର ଦେବା ପରେ ଅଗ୍ନୀସମ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଛି ।

Comments are closed, but trackbacks and pingbacks are open.