Latest Odisha News

BREAKING NEWS

ଆଇପିଏଲ ୨୦୨୨ ମେଗା ନିଲାମ: ସାମିଲ ହେବେ ୮୯୬ ଭାରତୀୟ, ୩୧୮ ବିଦେଶୀ ଖେଳାଳି

ନୂଆଦିଲ୍ଲୀ: ଆଇପିଏଲ ୨୦୨୨ର ମେଗା ନିଲାମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଥମ ଥର ପାଇଁ ୧୦ଟି ଟିମ ଅଂଶଗ୍ରହଣ କରିବେ । ୮୯୬ ଭାରତୀୟ ଓ ୩୧୮ ବିଦେଶୀ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ କରାଯିବ । ନିଲାମରେ ୨୭୦ କ୍ୟାପଡ ଖେଳାଳି, ୯୦୩ ଅନକ୍ୟାପଡ ଖେଳାଳି ସାମିଲ ହେବେ । ସେହିପରି ୪୧ ଆସୋସିଏଟ ଦେଶର ଖେଳାଳିଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ । ୨ କୋଟି ବେସ ପ୍ରାଇସରେ ରବିଚନ୍ଦ୍ରନ ଅଶ୍ୱୀନ, ଶ୍ରେୟାଶ ଆୟାର, ଶିଖର ଧାୱନ, ଈଶାନ କିଶାନ ଓ ସୁରେଶ ରାଇନାଙ୍କ ସମେତ ୧୭ ଭାରତୀୟ ଖେଳାଳି ଓ ଡେଭିଡ ୱାର୍ଣ୍ଣର, କାଗିସୋ ରାବାଡା, ଡ୍ୱେନ ବ୍ରାଭୋ, ପ୍ୟାଟ କମିନ୍ସ, ଆଡାମ ଜାମ୍ପା, ଷ୍ଟିଭ ସ୍ମିଥ ପ୍ରମୁଖ ବିଦେଶୀ ୩୨ ବିଦେଶୀ ଖେଳାଳି ଦୌଡରେ ରହିବେ ।

ବାଙ୍ଗାଲୋରରେ ୧୨ ଓ ୧୩ରେ ମେଗା ଅକ୍ସନ ଆୟୋଜିତ ହେବ । ନୂତନ ୨ଟି ଟିମର ୬ ସମେତ ସମୁଦାୟ ୩୩ ଖେଳାଳିଙ୍କୁ ରିଟେନ କରାଯାଇଛି । ୱେଷ୍ଟଇଣ୍ଡିଜର ମହାନ ଖେଳାଳି କ୍ରିସ ଗେଲ, ମିଚେଲ ଷ୍ଟାର୍କ, ସ୍ୟାମ କରନ, ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚ୍ଚର, ଜୋ ରୁଟ, କ୍ରିସ ୱକ୍ସ ନିଲାମ ପ୍ରକ୍ରିୟାରେ ନିଜ ନାମ ସାମିଲ କରିବା ପାଇଁ ଆବେଦନ କରି ନାହାନ୍ତି ।

Comments are closed, but trackbacks and pingbacks are open.