Latest Odisha News

BREAKING NEWS

ଜାମିନ୍ ପାଇଁ ଉପର କୋର୍ଟକୁ ଗଲେ ଅର୍ଚ୍ଚନା, ଜଗବନ୍ଧୁଙ୍କ ଜାମିନ୍ ଆବେଦନ ଖାରଜ

ଭୁବନେଶ୍ୱର: ଜେଲରେ ବିଚଳିତ ହୋଇ ପଡ଼ିଲେଣି ଅର୍ଚ୍ଚନା ଓ ଜଗବନ୍ଧୁ । ଛାଟିପିଟି ହେଉଛନ୍ତି ବାହାରକୁ ବାହାରିବା ଲାଗି । ଜାମିନରେ ମୁକୁଳିବା ଲାଗି ବାରମ୍ବାର କୋର୍ଟରେ ଆବେଦନ କରୁଛନ୍ତି । ଅନ୍ୟପଟେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଲିଙ୍କରେ ଇଡି ସ୍କାନରକୁ ଆସୁଛନ୍ତି ଅନେକ ବଡ଼ ବଡ଼ିଆ । ଯାହାକି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଜାମିନ୍ ପାଇଁ ଅଡ଼ୁଆ ସୃଷ୍ଟି କରିଛି ।

ଅକ୍ଷୟ ପରିଜାଙ୍କୁ ୩ କୋଟି ବ୍ଲାକମେଲିଂ ମାମଲାରେ ଗତକାଲି ଭୁବନେଶ୍ୱର JMFC-୩ ଅର୍ଚ୍ଚନା ଜାମିନ୍ ଖାରଜ କରିବା ପରେ ସେ ଆଜି ଉପର କୋର୍ଟକୁ ଯାଇଛନ୍ତି । ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟରେ ଅର୍ଚ୍ଚନା ନାଗ ପୁଣି ଜାମିନ ଆବେଦନ କରିଥିବା ଜଣା ପଡ଼ିଛି ।

ସେପଟେ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଭୁବନେଶ୍ୱର ଏଡିଜେ-୨ । ଶ୍ରଦ୍ଧାଞ୍ଜଳିଙ୍କୁ ବ୍ୟବହାର କରି ଟଙ୍କା ଆଦାୟ ମାମଲାରେ ଖାରଜ ହୋଇଛି ଜଗବନ୍ଧୁ ଚାନ୍ଦଙ୍କ ଜାମିନ୍ ଆବେଦନ ।

ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଗୋଟିଏ ପରେ ଗୋଟିଏ ଜାମିନ୍ ଆବେଦନ ଖାରଜ ହେଉଥିବା ବେଳେ ଇଡି ସେମାନଙ୍କ ଲିଙ୍କରେ ଜେରା ଜାରି କରିଛି । ଅର୍ଚ୍ଚନା ନାଗ ମାମଲାରେ ସମନ ପରେ ଓକିଲଙ୍କ ସହ ଆଜି ଇଡିରେ ହାଜର ହୋଇଛନ୍ତି ଆଜି ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ ।

ଅର୍ଚ୍ଚନା ନାଗ ମାମଲାରେ ଇଡି ଏଯାବତ୍ ୧୦ରୁ ଅଧିକ ଜଣଙ୍କୁ ଜେରା କରି ସାରିଲାଣି । ଇଡିର ଜେରା ବଢ଼ିବା ସହ ଅର୍ଚ୍ଚନାର କଳା ସାମ୍ରାଜ୍ୟର ଗୁମର ଖୋଲିବାରେ ଲାଗିଛି । ଆଗକୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Leave A Reply

Your email address will not be published.