Latest Odisha News

BREAKING NEWS

ଆରପାରିରେ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ

ବ୍ରହ୍ମପୁର: ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ପରଲୋକ ଘଟିଛି । ବ୍ରହ୍ମପୁର ସ୍ଥିତ ତାଙ୍କ ବାସଭବନରେ ଆଜି ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ । ଓଡ଼ିଆ ସହ ସଂସ୍କୃତ ଓ ତେଲୁଗୁ ଭାଷା ସାହିତ୍ୟର ପ୍ରତି ତାଙ୍କର ଥିଲା ବିଶେଷ ପାଣ୍ଡିତ୍ୟ ।

ପୁରୁଣା ପୋଥି ଓ ପୁସ୍ତକ ସମ୍ପାଦନାରେ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ସିଦ୍ଧହସ୍ତ ଥିଲେ । ସମ୍ବାଦ ସାହିତ୍ୟକୋଷ ସମ୍ପାଦନାର ସେ ମୁଖ୍ୟ ଥିଲେ । କଥା ସରିତ ସାଗର ପାଇଁ ପ୍ରଫେସର ଆଚାର୍ଯ୍ୟଙ୍କୁ ୨୦୦୬ରେ ମିଳିଥିଲା କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ।

୨୦୦୬ରେ ଅତିବଡ଼ୀ ଜଗନ୍ନାଥ ଦାସ ସମ୍ମାନ, ନିଶାଗ୍ର ପାଇଁ ୨୦୦୭ରେ ଭାଷା ଭାରତୀ ସମ୍ମାନ ପାଇଥିଲେ ପ୍ରଫେସର ଆଚାର୍ଯ୍ୟ । ଓଡ଼ିଆ ସାହିତ୍ୟରେ ଜଣେ ସମାଲୋଚକ, ଅନୁବାଦକ ଏବଂ ସମ୍ପାଦକ ଭାବରେ ତାଙ୍କର ଯୋଗଦାନ ରହିଛି । ତାଙ୍କ ଲିଖିତ ୨୭ଟି ପୁସ୍ତକ ପ୍ରକାଶିତ ହୋଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ମୁଖ୍ୟ ଭାବରେ ସେ ଅବସର ନେଇଥିଲେ ।

Leave A Reply

Your email address will not be published.