Latest Odisha News

BREAKING NEWS

ଷ୍ଟେଜ୍‌ରେ ବର କିସ୍‌ କରିବାରୁ ବିବାହ ଭାଙ୍ଗି ଦେଲେ କନ୍ୟା

ନୂଆଦିଲ୍ଲୀ : ନିଜ ଭାବି ସ୍ତ୍ରୀକୁ କିସ୍‌ କରିବା ବରକୁ ପଡ଼ିଲା ମହଙ୍ଗା । ବିବାହ ଷ୍ଟେଜ୍‌ରେ କନ୍ୟାକୁ କିସ୍‌ କରି ହଟହଟା ହେଲା ବର । ସାତ ଜନ୍ମର ସାଥି ହେବାକୁ ଯାଉଥିବା ନିଜ ଭାବି ସ୍ବାମୀଙ୍କୁ ପୋଲିସ ଡକାଇ ଗିରଫ କରାଇଲେ କନ୍ୟା । ଏପରି ଏକ ଘଟଣା ଉତ୍ତର ପ୍ରଦେଶର ସମ୍ଭଲରୁ ସାମ୍ନାକୁ ଆସିଛି  ।

ବିବାହ ହେଉଛି ପବିତ୍ର ବନ୍ଧନ  । ଏହି ବନ୍ଧନରେ ସାତଜନ୍ମ ପାଇଁ ସାଥି ହେବା ପାଇଁ ବାନ୍ଧି ହୋଇ ଥାଆନ୍ତି ୨ ଟି ଆତ୍ମା  । କିନ୍ତୁ ଏହି ସମ୍ପର୍କ ସହ ଜଡ଼ିତ ରହିଥାନ୍ତି  ଦୁଇ ପରିବାର । ଆଉ ବନ୍ଧୁ ପରିଜନ ମଧ୍ୟ ଯୋଡ଼ି ହୋଇରହିଥାଆନ୍ତି  । ୨ ପରିବାରଙ୍କ ମଧ୍ୟରେ ଏକ ନୂଆ ସମ୍ପର୍କ ଗଢ଼ାଯାଇଥାଏ  । ତେବେ ଏଭଳି ସ୍ଥିତିରେ ଗୋଟିଏ ବିବାହ କାର୍ଯ୍ୟକ୍ରମରେ ଅଦ୍ଭୁତ ଘଟଣା ଘଟିଯାଇଛି  ।

ବାହା ହେବାକୁ ଯାଉଥିବା ବରକନ୍ୟା ଷ୍ଟେଜ ଉପରେ ପରସ୍ପରକୁ ଫୁଲ ମାଳ ପିନ୍ଧାଇଥିଲେ। ମାଳ ପିନ୍ଧିବା ପରେ ବର ଜଣଙ୍କ ନିଜ ଭାବୀ ପତ୍ନୀଙ୍କୁ ଷ୍ଟେଜ ଉପରେ ସ୍ନେହରେ କିସ୍‌ କରିଦେଇଥିଲେ । ବାସ୍‌ ଏତିକି କଥାରେ କନ୍ୟା ଜଣଙ୍କ ରାଗିଯାଇଥିଲେ ।  ଆଉ ବାହ ହେବାକୁ ମନା କରି ପୁଲିସ୍‌କୁ ମଧ୍ୟ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି କନ୍ୟାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲା। ହେଲେ ସେ ନ ଶୁଣି ନିଜ ଜିଦ୍‌ରେ ଅଟଳ ଥିଲେ ।

କନ୍ୟା ଜଣଙ୍କ ଅଭିଯୋଗ ଅନୁଯାୟୀ, ଷ୍ଟେଜରେ ଥିବା ବେଳେ ବର ଜଣକ ତାଙ୍କୁ ଆପତ୍ତିଜନକ ଭାବେ ସ୍ପର୍ଶ କରିଥିଲେ। ତଥାପି ଅଣଦେଖା କରିଥିଲେ। ମାତ୍ର ସମସ୍ତଙ୍କ ସାମ୍ନାରେ କିସ୍‌ କରିବା ପରେ ସେ ନିଜକୁ ଅପମାନିତ ଅନୁଭବ କରିଥିଲେ । ସେ ତାଙ୍କ ଆତ୍ମସମ୍ମାନ କଥା ଚିନ୍ତା ନ କରି ଅଭଦ୍ର ସ୍ୱଭାବ ଦେଖାଇଥିବାରୁ ସେ ଭବିଷ୍ୟତରେ କେମିତି ବ୍ୟବହାର କରିବେ ? ତେଣୁ ସେ ତାଙ୍କୁ ସହ ବିବାହ କରିବାକୁ ମନା କରିଦେଇଛନ୍ତି  ।

କନ୍ୟାଙ୍କ ମା’ କହିଛନ୍ତି, “ମୋ ଭାବୀ ଜ୍ୱାଇଁଙ୍କୁ ତାଙ୍କ ସାଙ୍ଗମାନେ ଉସକାଇଥିଲେ। ଏବେ ମୋ ଝିଅ ତାଙ୍କ ସହ ଯିବାକୁ ଚାହୁଁନି। ଆମେ ସମସ୍ତେ ଝିଅକୁ ବୁଝାଇବାକୁ ଚେଷ୍ଟା କରିଛୁ। ହେଲେ ସେ ଆଦୌ ରାଜି ହେଉନି। ଆମର ଆଶା ଆଗାମୀ ଦିନରେ ସବୁ କିଛି ଠିକ ହୋଇଯିବ। ସମସ୍ତେ ନିଜ ନିଜ ଜିଦରେ ଅଟଳ ରହିଛନ୍ତି। ତେବେ କନ୍ୟା ଜଣକ ନିଜ ସ୍ୱାମୀଙ୍କ ସହ ଶାଶୂଘରକୁ ଯିବେ କି ନାହିଁ ତାହା ମାମଲା ଥଣ୍ଡା ହେବା ପରେ ଜଣାପଡ଼ିବ  ।

 

Leave A Reply

Your email address will not be published.