Latest Odisha News

BREAKING NEWS

ରେଫରୀଙ୍କୁ ଚାପୁଡା ମାରି ଆଜୀବନ ବାସନ୍ଦ ହେଲେ ରେସଲର ସତୀନ୍ଦର

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ଟ୍ରାଏଲ ବେଳେ ଆଜି ଅଣ ଖେଳୁଆଡ ପରିବେଶ ସୃଷ୍ଟି ହୋଇଥିଲା । ରେସଲର ସତୀନ୍ଦର ମଲିକ ୧୨୫ କିଲୋଗ୍ରାମ ବିଭାଗରେ ପରାଜିତ ହୋଇଥିଲେ । ପରାଜୟକୁ ସତୀନ୍ଦର ଗ୍ରହଣ କରି ନ ପାରି ରାଗି ଯାଇଥିଲେ । ସେ ରେଫରୀ ଜଗବୀର ସିଂଙ୍କ ସହିତ ମାରପିଟ କରିଥିଲେ । ଏପରିକି ତାଙ୍କୁ ଚାପୁଡା ମାରିଥିବା ଜଣାପଡିଛି । ଏହି ଘଟଣା ପରେ କୁସ୍ତୀ ଫେଡେରେଶନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଆଜୀବନ ବାସନ୍ଦ କରିଛି ।

ମୋହିତଙ୍କ ସହ ମୁକାବିଲାରେ ସତୀନ୍ଦର ୩-୦ ଆଗରେ ଥିଲେ । ମୋହିତ ତାଙ୍କୁ ଟେକ ଡାଉନ କରି ମ୍ୟାଟ ବାହାରକୁ ଠେଲି ଦେଇଥିଲେ । ରେଫରୀ ବୀରେନ୍ଦ୍ର ମଲିକ ଏଥିନେଇ ମୋହିତଙ୍କୁ ପଂଏଟ ଦେଇ ନ ଥିଲେ । ଏ ନେଇ ମୋହିତ ଅଭିଯୋଗ କରିଥିଲେ । ରେଫରୀ ସତ୍ୟଦେବ ମଲିକ ନିରପେକ୍ଷ କାରଣ ଦର୍ଶାଇ ଶୁଣାଣୀରୁ ଓହରି ଯାଇଥିଲେ । ସତୀନ୍ଦର ଓ ସତ୍ୟଦେବ ଗୋଟିଏ ଗ୍ରାମର ହୋଇଥିବାରୁ ସେ ଏହି ନିଷ୍ପତି ନେଇଥିଲେ । ଫଳରେ ଜଗବୀରଙ୍କ ଉପରେ ଦାୟିତ୍ୱ ରହିଥିଲା । ଟିଭି ରିପ୍ଲେ ସହାୟତାରେ ସେ ମୋହିତଙ୍କୁ ୩ ପଂଏଟ ଦେଇଥିଲେ । ଶେଷରେ ମୋହିତ ବିଜୟୀ ହୋଇଥିଲେ । ଏଥିରେ ରାଗି ଯାଇ ସତୀନ୍ଦର ଅଣ ଖେଳୁଆଡ ମନୋଭାବର ପରିଚୟ ଦେଇ ରବି ଦାହିୟା ଓ ଅମନଙ୍କ ମ୍ୟାଚରେ ଫାଇନାଲ ମୁକାବିଲା ଚାଲିଥିବା ବେଳେ ମ୍ୟାଟ ଉପରକୁ ଯାଇ ଗଣ୍ଡଗୋଳ କରିଥିଲେ ।

Leave A Reply

Your email address will not be published.