Latest Odisha News

BREAKING NEWS

ତେଜିଲେ ଶିକ୍ଷକ, ୩୬ ଦିନରେ ପହଞ୍ଚିଲା ଆନ୍ଦୋଳନ

ଭୁବନେଶ୍ୱର : ପ୍ରତିକୂଳ ପାଗ ଓ ପ୍ରବଳ ବର୍ଷାକୁ ଖାତିର ନକରି ରାଜଧାନୀର ରାଜରାସ୍ତାରେ ହଜାର ହଜାର ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ଧାରଣା ଦେଇଛନ୍ତି । ଏହି ଆନ୍ଦୋଳନ ୧୭ରୁ ୧୯ ତାରିଖ ଯାଏଁ ପଞ୍ଚାୟତ ସ୍ତରରେ ଚାଲିଥିଲା ।

ଅନ୍ୟପକ୍ଷରେ “ଆଜିକି ୩୬ ଦିନରେ ପହଞ୍ଚିଲା ଆମ ଆନ୍ଦୋଳନ ଶିକ୍ଷକ ସମାଜ ପ୍ରତି ସରକାରଙ୍କ ଏପରି ମନୋଭାବ ଆମକୁ ବ୍ୟଥିତ କରିଛି । ଆମର ସମସ୍ତ ଦାବି ଓ ବ୍ଲକଗ୍ରାଣ୍ଟ ଉଚ୍ଛେଦ ଦାବି ସରକାର ଉଚ୍ଛେଦ ନକଲା ଯାଏଁ ଆମେ ଆନ୍ଦୋଳନ ଜାରି ରଖିବୁ ଏବଂ ଜନସାଧାରଣ ଏ ସମସ୍ତ କଥା ଜାଣଛନ୍ତି” ବୋଲି କହିଛନ୍ତି ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘର ଆବାହକ ଗୋଲକ ନାୟକ ।

ଶିକ୍ଷକ ମଞ୍ଚର ଆବାହକ ଶ୍ରୀଯୁକ୍ତ ନାୟକ କହିଛନ୍ତି ଯେ ସାରା ଓଡିଶାରେ ପଞ୍ଚାୟତସ୍ତରରେ ୩ଦିନ ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଆନ୍ଦୋଳନରେ ମୋଟର ସାଇକେଲ ରାଲି ସମେତ ପଦଯାତ୍ରା କରାଯାଇ ସଂଗଠନ ପକ୍ଷରୁ ଛାତ୍ର, ଅଭିଭାବକ ଓ ରାଜ୍ୟର ବୁଦ୍ଧିଜୀବି ମାନଙ୍କୁ ସଚେତନ କରାଯାଇଥିଲା ।

ତେବେ ବିଗତ ଦିନରେ ଏହି ଶିକ୍ଷକମାନେ ୩୧୪ଟି ବ୍ଲକରେ ଗଣଧାରଣା କରିଥିବା ସହିତ ସେପ୍ଟେମ୍ବର ୧୪ ଓ ୧୪ରେ ପଡିଥିବା ଗଣେଷ ପୂଜା ଓ ନୂଆଖାଇ ପର୍ବ ମଧ୍ୟ ଲୋୟର ପିଏମଜିର ଗାନ୍ଧୀମାର୍ଗ ଠାରେ ପାଳନ କରିଥିଲେ ।

ଅନ୍ୟପକ୍ଷରେ ଶିକ୍ଷକ ମାନଙ୍କର ଏହି ଆନ୍ଦୋଳନକୁ ସମର୍ଥନ କରି କେତେକ ଛାତ୍ର ଓ ସେମାନଙ୍କ ଅଭିଭାବକ ସେପ୍ଟେମ୍ବର ୭ ରେ ଓଡିଶାର ପ୍ରାୟ ୫୦୦ଟି ସ୍କୁଲରେ ତାଲା ପକାଇ ଦେଇଥିଲେ ।

Leave A Reply

Your email address will not be published.