Latest Odisha News

BREAKING NEWS

ଆସୁଛି ଝଡବାତ୍ୟା, ୭ଟି ଜିଲ୍ଲାକୁ ବିପଦ ସଂକେତ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଧିରେଧିରେ ଡିପଡିପ୍ରେସନରେ ପରିଣତ ହେବାରେ ଲାଗିଛି । ଏହା ପରବର୍ତ୍ତି ସମୟରେ ସାମୁଦ୍ରିକ ଝଡର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ସହ ଝଡ ବାତ୍ୟା ହେବାର ସମ୍ଭାବନା ରହିଥିବା ନେଇ ଏକ ପ୍ରେସ ରିଲିଜ ଜାରି କରାଯାଇଛି ।

ଅନ୍ୟପକ୍ଷରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା, ବଜ୍ରପାତ ସାଙ୍ଗକୁ ଜୋରରେ ପବନ ବୋହିବା ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଏବଂ ଏଥିସହିତ ୭ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।

ତେବେ ଜିଲ୍ଲାଗୁଡିକ ମଧ୍ୟରେ ଗଞ୍ଜାମ, ଗଜପତି, ରାୟଗଡା, ପୁରୀ, କଳାହାଣ୍ଡି, କୋରାପୁଟ, କନ୍ଧମାଳ ଆଦି ରହିଛି ।

ଅନ୍ୟପକ୍ଷରେ ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବି ମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ କରାଯାଇଛି ।

Leave A Reply

Your email address will not be published.