Latest Odisha News

BREAKING NEWS

୨୭ ବର୍ଷରେ ବିଜେଡି: ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମେଡ଼ିକାଲ କଲେଜ ପରିସରରେ ରକ୍ତଦାନ ଶିବିର ଆୟୋଜିତ

ପୁରୀ: ବିଜୁ ଜନତା ଦଳର ୨୬ ବର୍ଷ ପୂର୍ତ୍ତି ଉପଲକ୍ଷେ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମେଡ଼ିକାଲ କଲେଜ ପରିସରରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ତଥା ଓଡ଼ିଶା ମୋ ପରିବାର ପୁରୀ ଜିଲ୍ଲା ସଂଯୋଜକ ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ୱରେ ଏହି ଶିବିରରୁ ପ୍ରାୟ ୨୦୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି ।

ଭିଡିଓ କନଫରରେନ୍ସ ମାଧ୍ୟମରେ ରକ୍ତଦାନ ଶିବିରକୁ ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉଦଘାଟନ କରିଥିଲେ । ଏହି ରକ୍ତଦାନ ଶିବିରରେ ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ବିଜୁ ଯୁବ ଛାତ୍ର ଜନତା ଦଳର ବହୁ ସଦସ୍ୟ, ଛାତ୍ରଛାତ୍ରୀ, ସହରର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଶେଷରେ ଶୁଭାଶିଷ ଖୁଣ୍ଟିଆ ସମସ୍ତ ରକ୍ତଦାତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.