Latest Odisha News

BREAKING NEWS

ଟାଇମପାସ୍ ପ୍ରକାଶନର ସ୍ଵତନ୍ତ୍ର ସାହିତ୍ୟ ଉତ୍ସବ ‘ଉତସାହିତ୍ୟ’

ଭୁବନେଶ୍ବର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଟାଇମ ପାସ ପକ୍ଷରୁ ଏକଦିବସୀୟ ସାହିତ୍ୟ ଉତ୍ସବ ‘ଉତ୍ସାହିତ୍ୟ’ର ଚତୁର୍ଥ ସଂସ୍କରଣ ସ୍ଥାନୀୟ ଉତ୍କଳ ରଙ୍ଗମଞ୍ଚ ପ୍ରେକ୍ଷାଳୟରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ପ୍ରଦୀପ କୁମାର ରାୟଙ୍କ ଦ୍ଵାରା ଅନୂଦିତ ଜୟନ୍ତ ଦେଙ୍କ ‘ରସିକ ସାରଙ୍କ ଘୋଡ଼ା’, ମହାଶ୍ଵେତା ସାହୁଙ୍କ ‘ଅକ୍ଟୋପସର ଆତ୍ମା’, ଦୁର୍ଗାପ୍ରସାଦ ପଣ୍ଡାଙ୍କ ‘ପ୍ରେମ ଏକ ବିଲୁପ୍ତ ପକ୍ଷୀର ନାଁ’, ଶ୍ୟାମଶ୍ରୀ ରାୟ କର୍ମକାରଙ୍କ ‘ବବ ଡିଲାନ: ଅନ୍ତହୀନ ଯାତ୍ରା’ ପୁସ୍ତକମାନ ଲୋକାର୍ପିତ ହୋଇ ଯାଇଛି ।

କବି ଓ ଗୀତିକାର ବିଜୟ ମଲ୍ଲଙ୍କ ସଞ୍ଚାଳନାରେ ବାରଟି ଅଧିବେଶନରେ ଆୟୋଜିତ ଏହି ଉତ୍ସବର ପ୍ରଥମ ଅଧିବେଶନରେ କଥାକାର ଆଶିଷ ଗଡ଼ନାୟକଙ୍କ ଦ୍ଵାରା ପରିଚାଳିତ ‘ଡେଣାକଟା ଉପନ୍ୟାସ’ ଶୀର୍ଷକ ଆଲୋଚନାରେ ରମାକାନ୍ତ ସାମନ୍ତରାୟ, ପ୍ରଜ୍ଞାଶ୍ରୀ ରଥ, ସ୍ବାଗତିକା ସ୍ବାଇଁ ଏବଂ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ଅଂଶ ଗ୍ରହଣ କରିଥିଲେ ।

 

ପରଂବ୍ରହ୍ମ ତ୍ରିପାଠୀଙ୍କ ସଂଯୋଜନାରେ ଦ୍ଵିତୀୟ ଅଧିବେଶନରେ ଗାଳ୍ପିକା ହିରଣ୍ମୟୀ ମିଶ୍ରଙ୍କ ପତି ଅରୁଣ କୁମାର ନାୟକ, ସୁଷମା ମିଶ୍ରଙ୍କ ପତି ସୁରେନ୍ଦ୍ର ପ୍ରସାଦ ମିଶ୍ର, ସ୍ବାଗତିକା ସ୍ବାଇଁଙ୍କ ପତି ସୁଧାଂଶୁ ଶେଖର ସ୍ବାଇଁ ଏବଂ ପ୍ରଜ୍ଞା ପାରମିତା ରଥଙ୍କ ପତି ଦିବ୍ୟଦର୍ଶନ ଆଚାର୍ଯ୍ୟ ‘ପତିଙ୍କ ସ୍ବୀକାରୋକ୍ତି’ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

‘କବିତାରେ ଫେସଭାଲ୍ୟୁ’ ଶୀର୍ଷକରେ ଜ୍ଞାନୀ ଦେବାଶିଷ ମିଶ୍ରଙ୍କ ସଞ୍ଚାଳନାରେ ଆୟୋଜିତ ତୃତୀୟ ଅଧିବେଶନରେ କରିଥିଲେ କୃଷ୍ଣ କୁମାର ମହାନ୍ତି, ଦୁର୍ଗାପ୍ରସାଦ ପଣ୍ଡା, ଶୁଭଶ୍ରୀ ଲେଙ୍କା ଏବଂ ସୁମିତ ପଣ୍ଡା ଅଂଶଗ୍ରହଣ କରିଥିଲେ।

‘ଗପର ଛାଇରେ ପ୍ରେମ’ ଶୀର୍ଷକରେ ପ୍ରଜ୍ଞା ପାରମିତା ରଥଙ୍କ ସଂଯୋଜନାରେ ରମେଶ ପଟ୍ଟନାୟକ, ଅରବିନ୍ଦ ରାୟ, ଗଙ୍ଗାଧର ବିଶ୍ଵାଳ, ତପନ ମହାପାତ୍ର, ମମତାମୟୀ ଚୌଧୁରୀ ଏବଂ ଅମରେଶ ବିଶ୍ଵାଳ ଆଲୋଚନା କରିଥିଲେ ।

 

ଏହି ସାହିତ୍ୟ ଉତ୍ସବକୁ କବି ରାଜେନ୍ଦ୍ର କିଶୋର ପଣ୍ଡା ଉଦ୍ଘାଟନ କରିବା ସହ ତରୁଣ ପ୍ରତିଭାଙ୍କୁ ସମ୍ବୋଧନ କରି କହିଲେ ଯେ ଯୁବକଙ୍କ ଭିତରେ ଅସୀମ ଶକ୍ତି ଓ ସାମର୍ଥ୍ୟ ରହିଛି। ସେମାନେ ଅଧିକ ସୃଜନମନସ୍କ ହୁଅନ୍ତୁ। ସାହିତ୍ୟରେ ସମସ୍ତେ ସମବୟସ୍କ। ସମସ୍ତେ ତରୁଣ। ମୁଖ୍ୟଅତିଥି ଭାବେ ଯୋଗଦେଇ କବି ତଥା ସମ୍ପାଦକ ସୂର୍ଯ୍ୟ ମିଶ୍ର କହିଥିଲେ, ସାହିତ୍ୟ ଏକ ଯାତ୍ରା, ଆମେ ସମସ୍ତେ ସହଯାତ୍ରୀ। ଏଥିରେ କୌଣସି ପ୍ରତିଦ୍ବନ୍ଦ୍ବିତା ନାହିଁ । ରିଲେ-ରେସ୍ ପରି ବରିଷ୍ଠଟିଏ ନିଜ ଯାତ୍ରା ଶେଷରେ ତରୁଣ ହାତରେ ଧରେଇ ଦେଇଯାଏ ସର୍ଜନାର ମଶାଲ୍। ଉତ୍ସବର ନିର୍ଦ୍ଦେଶକ ତଥା ଯୁବଲେଖକ ସରୋଜ ବଳ ସମସ୍ତଙ୍କୁ ସ୍ଵାଗତ କରିବା ସହିତ ଜୀବନକୁ ସାହିତ୍ୟାଭିମୁଖୀ କଲେ ହିଁ ବଞ୍ଚିବା ସହଜ, ସୁନ୍ଦର ଓ କଳାତ୍ମକ ହୋଇପାରିବ ବୋଲି କହିଥିଲେ।

ଟାଇମପାସ୍ କ୍ଷରୁ ପ୍ରତିବର୍ଷ ହେଉଥିବା ପ୍ରଥମ ପାଣ୍ଡୁଲିପି ପ୍ରତିଯୋଗିତାରେ ଚଳିତ ବର୍ଷ ସଫଳ ହୋଇଥିବା ସ୍ଵପ୍ନାଜିତା ଶଙ୍ଖୁଆ, କେତନ ରଣା, ମୌସୁମୀ ଦାଶ, ଶିବ ଚରଣ ମହାପାତ୍ର, ଅନୁଲିପ୍ତା ମିଶ୍ର, ଲୋପାମୁଦ୍ରା ପରିଡ଼ା, ସୁନୀତା ସାହୁ, କୈଳାସ ବେହେରା, ସୁନିତା ପ୍ରଧାନ, ପଦ୍ମିନୀ ପ୍ରିୟଦର୍ଶିନୀ ରଥ ପୁରସ୍କାର ଗ୍ରହଣ କରିବା ସହିତ କଥାକାର ହିରଣ୍ମୟୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଲୋଚନାରେ ଅଂଶ ଗ୍ରଣଣ କରିଥିଲେ। ସେହିପରି ପୁରସ୍କୃତ ପାଣ୍ଡୁଲିପିଗୁଡ଼ିକ ଉପରେ ସୁବ୍ରତ କୁମାର ସେନାପତି, ଆଶିଷ କୁମାର ମିଶ୍ର, ପ୍ରଣୟ ସୁଧା, ନନ୍ଦିତା ମହାନ୍ତି, ବିଭୂତି ଭୂଷଣ ଖୁଣ୍ଟିଆ, ସ୍ଵାଗତିକା ସ୍ବାଇଁ, ମୌସୁମୀ ଦାସ, ପରଂବ୍ରହ୍ମ ତ୍ରିପାଠୀ, ମହାଶ୍ଵେତା ସାହୁ, ତପନ ମହାପାତ୍ର ଏବଂ ଅମରେଶ ବିଶ୍ଵାଳ ଆଲୋଚନା କରିଥିଲେ ।

ଏହି ଅବସରରେ ବିଶିଷ୍ଟ କବି ହୃଷୀକେଶ ମଲ୍ଲିକ ତିରିଶ ବର୍ଷ ବୟସସୀମାର ତିରିଶ ଜଣ ନବପ୍ରତିଭା ଯଥା:- କବିତାରେ ଅଭିଷେକ ମହାପାତ୍ର, ଅଙ୍କିତ କୁମାର ଧଳ, ଅଂଶୁମାନ ସାହୁ, ଅଂଶୁମାନ ସାହୁ, ବାବୁଲୁ ପଧାନ, ବନ୍ଦନା ସୁବୁଦ୍ଧି, ବିପ୍ଳବିନୀ ଜେନା, ବିଶ୍ବଜିତ ଦାସ, ଦୀପିକା ପେରେଇ, ଗୌରୀ ସାହୁ, ଲକ୍ଷ୍ମୀପ୍ରିୟା ସାହୁ, ମୁକ୍ତିକାନ୍ତ ବେହେରା, ପ୍ରତିଭା ବେହେରା, ପ୍ରୀତିକ୍ରିଷ୍ଣା ସାହୁ, ରାଧାମୋହନ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ବେହେରା, ସଂଗ୍ରାମ ମହାରଣା, ସାର୍ଥକ ପ୍ରସାଦ ସାହୁ, ସୌମ୍ୟ ରଞ୍ଜନ ପାଳ ଏବଂ ଗଳ୍ପରେ ବୋଧିସତ୍ଵ ପ୍ରଧାନ, ଦେବେନ୍ଦ୍ର ସେଠୀ, ଇତୁସ୍ମିତା ବେହେରା, ଜିନାତମାମ୍ ଦର୍ଜୀ, ପ୍ରଦ୍ୟୁମ୍ନ କିଶୋର ବାରିକ, ପ୍ରଭଞ୍ଜନ ଦାଶ, ପ୍ରୀତିରଞ୍ଜନ ନାୟକ, ରଶ୍ମିତା ବେହେରା, ସଂଗ୍ରାମ କେଶରୀ ସେନାପତି, ସନ୍ତୋଷ କୁମାର ସାହୁ, ସୁପର୍ଣ୍ଣା ମିଶ୍ରଙ୍କୁ ‘ଉଦୟରାଗ’ ଉଦୟରାଗ’ ପୁରସ୍କାର ପ୍ରଦାନ କରିଥିଲେ।

ଏହି ଉତ୍ସବର ଅନ୍ୟ ଏକ କାର୍ଯ୍ୟକ୍ରମରେ ଗୀତିକାର ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ସ୍ଥିତ ପଟ୍ଟନାୟକନଙ୍କ ସଞ୍ଚାଳନାରେ ‘ସିନେମାରେ ସାହିତ୍ୟ ଛୁଆଁ’ ଶୀର୍ଷକରେ କବି ଓ ପତ୍ର ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର, ଜାତୀୟ ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, ଅଭିନେତା ସ୍ବରାଜ ବାରିକ ଏବଂ ଅଭିନେତ୍ରୀ ବି.ଏମ. ବୈଶାଳୀ ଯୋଗଦେଇ ଆଲୋଚନା କରିଥିଲେ।

ଏହି ଉତ୍ସବର ନିଆରା ପ୍ରଦର୍ଶନ ‘କବିତା କ୍ୟାଟ୍ୱାକ୍’ରେ ଶାଢ଼ି ଶୀର୍ଷକରେ ମୌସୁମୀ ଦାସ, ଭାସ୍ଵତୀ ବସୁ, କମଳ କୁମାର ମହାନ୍ତି, ପଞ୍ଚାନନ ନାୟକ, ଅବିନାଶ ସାହୁ, ପ୍ରତୀକ୍ଷା ଜେନା, ଶ୍ରୀସିକ୍ତା ଶୁଭଦର୍ଶିନୀ, ତୃପ୍ତିରଞ୍ଜନ ଦାସ ଏବଂ ରତ୍ନମାଳା ସ୍ବାଇଁ କବିତା ପାଠ କରିଥିଲେ । ଏହା ସହ । କେଦାର ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବିକା କ୍ୟାଲେଣ୍ଡରର ମଡେଲମାନେ ଓଡ଼ିଶା ହସ୍ତତନ୍ତ ପରିଧାନ କରି କ୍ୟାଟ୍ଓକ୍ କରିଥିଲେ । ପରେପରେ ଗପ ଓ ଗୀତର କକ୍ଟେଲ୍ ଶୀର୍ଷକରେ ଏକ ବିଶେଷ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ ବିଜୟ ମଲ୍ଲଙ୍କ ଗଳ୍ପପାଠ ଓ ଅର୍ପିତା ପତି ତଥା ସରୋଜ ବଳଙ୍କ ଗାୟନରେ ଅନୁଷ୍ଠିତ ହୋଇଥିଲା ।

ବହି, ବହିବାଲା ଓ ବହିମେଳାକୁ ନେଇ ଆୟୋଜିତ ହୋଇଥିଲା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ‘ସାହିତ୍ୟ ଖଟି’ରେ ଦେବପ୍ରସାଦ ଦାଶ, ପ୍ରକାଶ ମହାପାତ୍ର, ଦେବାଶିଷ ସାମନ୍ତରାୟ, ଶୁଭ୍ରାଂଶୁ ପଣ୍ଡା ଓ ସରୋଜ ବଳ ଅଂଶ ଗ୍ରହଣ କରିଥିଲେ।

ଉତ୍ସବର ଅନ୍ତିମ ଅଧିବେଶନରେ ସଦ୍ୟ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ଆଶୁତୋଷ ପରିଡା ଏବଂ ବିଶିଷ୍ଟ ବଙ୍ଗଳା କଥାକାର ତଥା ‘ବର୍ତ୍ତମାନ’ର ସମ୍ପାଦକ ଜୟନ୍ତ ଦେ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମହାଶ୍ଵେତା ସାହୁଙ୍କୁ ଷୋହଳତମ ଟାଇମ୍ପାସ୍ ବୁକର ପୁରସ୍କାର, ଫିଚରରେ କ୍ଷୀରୋଦ ପରିଡ଼ା, କବିତାରେ କୃଷ୍ଣ କୁମାର ମହାନ୍ତି, ଗଳ୍ପରେ ବିୟତପ୍ରଜ୍ଞା ତ୍ରିପାଠୀ, ଉପନ୍ୟାସରେ ଦେବବ୍ରତ ଦାସ ‘ଟାଇମ ପାସ ବେଷ୍ଟସେଲର୍’ ପୁରସ୍କାର ଏବଂ ସରଳ କୁମାର ଦାସଙ୍କୁ ‘ବହିବନ୍ଧୁ’ ସମ୍ମାନ ପ୍ରଦାନ କରାଯାଇଥିଲା ।

ଏହି ସାହିତ୍ୟ ସଭାରେ କସ୍ତୁରିକା ମିଶ୍ର ଗଜଲ ଗାନ କରିଥିବାବେଳେ ବେଦପ୍ରକାଶ ନାୟକ କୁଇଜ୍ ପରିଚାଳନା କରିଥିଲେ ଏବଂ ଗୀତିକାର ଅରୁଣ ମନ୍ତ୍ରୀ ଧାଡ଼ିକିଆ ଗପ ପାଠ କରିଥିଲେ।

ସମଗ୍ର କାର୍ଯ୍ୟକ୍ରମରେ ଅବିନାଶ ସାହୁ, ଅରୁଣ କୁମାର ଦାସ, ବିଭୂତି ଭୂଷଣ ଖୁଣ୍ଟିଆ, ଆଶିଷ କୁମାର ମିଶ୍ର, ସତ୍ୟଜିତ ମିଶ୍ର ଏବଂ ଡମ୍ବରୁଧର ନାଥ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.