Latest Odisha News

BREAKING NEWS

ଆପଣ ପିନ୍ଧୁଥିବା ଡେନିମ ଜିନ୍ସ କେମିତି ତିଆରି ହୋଇଥିଲା ଜାଣନ୍ତି?

ଓଡ଼ିଶା ସମ୍ବାଦ ବ୍ୟୁରୋ: ପୁଅ ହେଉ କିମ୍ବା ଝିଅ ସମସ୍ତଙ୍କୁ ଜିନ୍ସ ପିନ୍ଧିବାକୁ ଭଲ ଲାଗିଥାଏ । ଆଜିକାଲି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ନୀଳ ରଙ୍ଗ ବା ବ୍ଲୁ କଲର ଜିନ୍ସ ଥିବା ଦେଖିବାକୁ ମିଳେ। ପିଲାମାନଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ଏହି ଡେନିମ ଜିନ୍ସ ସମସ୍ତଙ୍କ ପ୍ରିୟ। ଜିନ୍ସ ପିନ୍ଧିବା ନୂଆ ନୁହେଁ, କିନ୍ତୁ ଏହା ୧୦୦ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଛି। ଡେନିମ ଜିନ୍ସ ଅଫିସରୁ କଲେଜ, ବଜାର, ପାର୍ଟିରେ ମଧ୍ୟ ପିନ୍ଧାଯାଏ। ଆମେ ଆଲୋଚନା କରୁଥିବା ଜିନ୍ସ୍ରର ଇତିହାସ ବିଷୟରେ ଆପଣ କେତେ ଜାଣିଛନ୍ତି? ଜିନ୍ସ ପ୍ୟାଂଟ କିପରି ଆରମ୍ଭ ହେଲା, କାହିଁକି ତିଆରି ହେଲା? ତେବେ ଆସନ୍ତୁ ଜାଣିବା ଆମର ଦୈନନ୍ଦିନ ଜୀବନରେ ପିନ୍ଧୁଥିବା ଜିନ୍ସର ଇତିହାସ ବିଷୟରେ।

ଜିନ୍ସ ହେଉଛି ‘ଡେନିମ୍’ କପଡ଼ାରେ ତିଆରି ଏକ ପ୍ୟାଣ୍ଟ। ପ୍ରଥମେ ଡେନିମ୍ ପରି ଏକ କପଡା ଇଟାଲୀର ଜିନେଭାରେ ନିର୍ମିତ ଫେବରିକ ସର୍ଜରୁ ତିଆରି ହୋଇଥିଲା ଏବଂ ଅଷ୍ଟାଦଶ ଶତାବ୍ଦୀରେ ଫ୍ରାନ୍ସର ନେମ୍ସରେ ‘ସର୍ଜ’ ପରି ଅନ୍ୟ ଏକ କପଡା ତିଆରି କରିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଏହି କପଡାଟି ସମ୍ପୂର୍ଣ୍ଣ ଇଟାଲୀର ସର୍ଜ ଭଳି ତିଆରି ହୋଇଥିଲା। ଏଠାରେ ଯେଉଁ ନୂଆ ଫେବ୍ରିକ ତିଆରି ହେଲା ତାକୁ ସର୍ଜ ଦ ନିମ୍ସ‘Serge de Nimes’ ନାମରେ ନାମିତ କରାଗଲା। ଏହାପରେ ସଂକ୍ଷିପ୍ତରେ ଏହାକୁ ଡେନିମ କୁହାଗଲା।

ଡେନିମ୍ ଅର୍ଥାତ୍ ଜିନ୍ସରେ ନିର୍ମିତ ଟ୍ରାଉଜର ଭାରତରେ ଡୁଙ୍ଗା ନାବିକମାନେ ପିନ୍ଧୁଥିଲେ। ଯାହାକୁ ଡୁଙ୍ଗରିସ୍ ମଧ୍ୟ କୁହାଯାଏ। ଯେବେକି ଫ୍ରାନ୍ସରେ ଜେନୋଏସ୍ ନେଭି ଶ୍ରମିକମାନେ ଏହି ଜିନ୍ସ ପିନ୍ଧୁଥିଲେ। କାରଣ ଏହା ସେମାନଙ୍କର ୟୁନିଫର୍ମ ଥିଲା। ଏହା ୧୮୭୩ ମସିହାରେ ଆମେରିକୀୟ ଟେଲର ଯାକବ ଡେଭିସ୍ ଏବଂ ସାନ ଫ୍ରାନ୍ସିସ୍କୋ ଭିତ୍ତିକ ପୋଷାକ ହୋଲସେଲର ଲିଭାଏ ଷ୍ଟ୍ରସର ମିଳିତରେ ତିଆରି କରାଯାଇଥିଲା। ଦିନେ ଅଲ୍କାଲି ଆଇକ ନାମକ ଜଣେ ଶ୍ରମିକ ଟେଲର ଯାକବ ଡେଭିସ ନିକଟକୁ ଆସି ତାଙ୍କ ପୋଷାକ ଶୀଘ୍ର ଚିରିଯିବାର ସମସ୍ୟା ବିଷୟରେ କହିଥିଲେ। ଡେଭିସ୍ ମୁଖ୍ୟତଃ ଟେଣ୍ଟ କପଡା, କମ୍ବଳ ଏବଂ ବସ୍ତୁର କଭର ସିଲେଇ କରିବାରେ କାର୍ଯ୍ୟ କରିଥିଲେ। ପ୍ୟାଂଟରେ ଥିବା ପକେଟଗୁଡ଼ିକୁ ଶୀଘ୍ର ଚିରିବାରୁ ରକ୍ଷା କରିବା ଏବଂ ମଜବୁତ କରିବା ପାଇଁ ଚେଷ୍ଟା କଲେ। ଏହି ପ୍ୟାଣ୍ଟକୁ ଶ୍ରମିକ ଅଲ୍କାଲି ଆଇକ ବହୁତ ପସନ୍ଦ କରିଥିଲେ। ଏହା ପରେ ଡେଭିସ୍ ଅନୁଭବ କଲେ ଯେ ଶ୍ରମିକମାନଙ୍କ ପାଇଁ ଅଧିକ ପ୍ୟାଣ୍ଟ ମଧ୍ୟ ତିଆରି କରାଯାଇପାରିବ।

ପ୍ରଥମ ଜିନ୍ସ ନୀଳ ରଙ୍ଗରେ ତିଆରି ହୋଇଥିଲା। ଏହା ଏପରି କରାଯାଇଥିଲା କାରଣ ଏହାକୁ ଶ୍ରମିକ ଏବଂ ପରିଶ୍ରମ କରୁଥିବା ଲୋକମାନେ ପିନ୍ଧୁଥିଲେ ଏବଂ ସେମାନଙ୍କର ପୋଷାକ ଶୀଘ୍ର ମଇଳା ହୋଇଯାଉଥିଲା ଏବଂ ଶୀଘ୍ର ଚିରି ଯାଉଥିଲା। ତେଣୁ ସେମାନଙ୍କ ପାଇଁ ନୀଳ ଜିନ୍ସ ତିଆରି କରାଯାଇଥିଲା ସେହି ସମୟରେ ଏହାକୁ ନୀଳ ରଙ୍ଗ ଦେବା ପାଇଁ ଇଣ୍ଡିଗୋ ରଙ୍ଗ ବ୍ୟବହାର କରାଯାଉଥିଲା। ଷୋଡଶ ଶତାବ୍ଦୀରେ ଜିନ୍ସ୍ ର ଟ୍ରେଣ୍ଡ ଜୋର ଧରିଥିଲା। ସେହି ସମୟରେ ୧୮୫୦ ସୁଦ୍ଧା ଜିନ୍ସ ବହୁତ ଲୋକପ୍ରିୟ ହୋଇପାରିଥିଲା । ତା’ପରେ ୧୯୫୦ ମସିହାରେ ଜେମ୍ସ ଡିନ ଏକ ହଲିଉଡ ଚଳଚ୍ଚିତ୍ର ‘ରେବଲ ୱିଦାଉଟ ଏ କଜ୍’ ତିଆରି କରିଥିଲେ। ଯେଉଁଥିରେ ଜିନ୍ସ ପ୍ରଥମ ଥର ପାଇଁ ଫ୍ୟାଶନ ଭାବରେ ବ୍ୟବହୃତ ହୋଇଥିଲା। ଯେତେବେଳେ ଲୋକମାନେ ଏହି ଚଳଚ୍ଚିତ୍ର ଦେଖିଲେ, ଆମେରିକାର ଯୁବକମାନେ ଏହାକୁ ବହୁତ ପସନ୍ଦ କଲେ ଏବଂ ଜିନ୍ସ୍ର ଏକ ଟ୍ରେଣ୍ଡ ଚାଲିବାକୁ ଲାଗିଲା।

Leave A Reply

Your email address will not be published.