Latest Odisha News

BREAKING NEWS

ପୁଣି ‘ବ୍ଲୁ-ହ୍ୱେଲ୍’ ଆତଙ୍କ, ୧୮ ବର୍ଷିୟ ଯୁବକଙ୍କ ଆତ୍ମହତ୍ୟା

ନାସିକ: ଭାରତରେ ପୁଣି ପ୍ରାଣଘତୀ ଅନଲାଇନ୍ ଗେମର ଆତଙ୍କ । ଅନଲାଇନ୍ ‘ବ୍ଲୁ-ହ୍ୱେଲ’ ଗେମ୍ ଖେଳି ଚ୍ୟାଲେଞ୍ଜ ପୁରା କରିବାକୁ ଯାଇ ମହାରାଷ୍ଟ୍ରର ନାସିକରେ ୧୮ ବର୍ଷିୟ ଯୁବକ ତୁଷାର ଯାଦବଙ୍କ ଆତ୍ମହତ୍ୟା । ପ୍ରଥମେ ହାତ କାଟିଲେ, ପରେ ଫିନାଇଲ ପିଇଲେ । ଏହି ଘଟଣା ସାରା ଭାରତରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

BjdElectrycity

‘ବ୍ଲୁ-ହ୍ୱେଲ୍’ ଗେମ୍କୁ ମୋବାଇଲ ଓ ଲାପଟପରେ ଖେଳାଯାଏ । ଏହି ଗେମ୍ରେ ୫୦ ଦିନରେ ଭିନ୍ନ ଭିନ୍ନ ଟାସ୍କ ମିଳିଥାଏ । ସବୁ ଟାସ୍କ ପୁରା କରିବା ପରେ ଖେଳୁଥିବା ବ୍ୟକ୍ତିଙ୍କ ପାଖକୁ ହାତରେ ଦାଗ କରିବାକୁ ନିର୍ଦ୍ଦେଶ ଆସିଥାଏ । ଟାସ୍କ ପୁରା ହେବା ପରେ ଖେଳୁଥିବା ବ୍ୟକ୍ତିଙ୍କୁ ଆତ୍ମହତ୍ୟା କରିବାକୁ ନିର୍ଦ୍ଦେଶ ଆସିଥାଏ ।

ଆଜିକାଲିର ଯୁବଗୋଷ୍ଠୀ ଏହି ପ୍ରାଣଘତୀ ଗେମ୍ ପ୍ରତି ବେଶୀ ଆଗ୍ରହୀ । ଏହାର ଜାଲରେ ଫସି ସେମାନେ ଅତ୍ମହତ୍ୟା କରିନେଇଥାନ୍ତି । ଏହି ଘଟଣାରେ ଭାରତରେ ନୂଆ ନୁହେଁ । ପୂର୍ବରୁ ଅନେକ ଛାତ୍ରଛାତ୍ରୀମାନେ ଏହି ଗେମ୍ର ଜାଲରେ ପଡ଼ି ଆତ୍ମହତ୍ୟା କରିଥିବା ଖବର ରହିଛି । ତେବେ ଏହି ଗେମର ପ୍ରଭାବ କମିଯାଇଥିବା ବେଳେ ପୁଣି ଏହାର ଆତଙ୍କ ଦେଖିବାକୁ ମିଳିଛି ।

Leave A Reply

Your email address will not be published.