Latest Odisha News

BREAKING NEWS

ଧୋନୀଙ୍କ ଯୋଗୁ ଦଳରୁ ବାହାରିଛି :ଭଜି

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ସ୍ପିନର ହରଭଜନ ସିଂ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ମହେନ୍ଦ୍ର ସିଂ ଧୋନୀଙ୍କ ଯୋଗୁ ମୁଁ ଟିମ୍ ଇଣ୍ଡିଆରୁ ହଠାତ ବାହାର କରାଯାଇଥିଲି । କଣ ପାଇଁ ମୋତେ ବାହାର କରାଗଲା ସେ ପ୍ରଶ୍ନର ଉତର ମୁଁ ଧୋନୀଙ୍କୁ ବାରମ୍ବାର ପଚାରିଥିଲେ ମଧ୍ୟ ସେ କହି ନ ଥିଲେ । ୧୯୯୮ରେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ଭଜି ୧୦୩ ଟେଷ୍ଟ, ୨୩୬ ଦିନିକିଆ ଓ ୨୮ ଟି୨୦ ମ୍ୟାଚ ଖେଳିଛନ୍ତି । ୨୦୧୧ ବିଶ୍ୱକପ ପରଠାରୁ ଦଳରେ ସେ ନିୟମିତ ସଦସ୍ୟ ହୋଇପାରି ନ ଥିଲେ । ଏହି ମହାନ ଖେଳାଳିଙ୍କୁ ୨୦୧୩ ଚାମ୍ପିୟନ୍ସ ଟ୍ରଫି, ୨୦୧୫ ବିଶ୍ୱକପ ଓ ୨୦୧୬ ଟି୨୦ରେ ସୁଯୋଗ ଦିଆଯାଇ ନ ଥିଲା ।

୪୦୦ ଟେଷ୍ଟ ୱିକେଟ ନେଇଥିବା ଜଣେ ଖେଳାଳି ଏପରି ଭାବେ ଦଳରୁ ବାହାର କରାଯିବା ଠିକ ନ ଥିଲା ବୋଲି ସେ କହିଛନ୍ତି । ଏହି ରହସ୍ୟମୟ କାରଣ ଆଜି ପର୍ଯ୍ୟନ୍ତ ଜାଣିପାରି ନାହିଁ । ଧୋନୀଙ୍କୁ ପଚାରି ପଚାରି ଥକିଯିବା ପରେ ଏବେ ଏଥିରୁ ନିବୃତ ରହିଛି ବୋଲି ଭଜି କହିଛନ୍ତି ।

Leave A Reply

Your email address will not be published.