Latest Odisha News

BREAKING NEWS

ଭୁବନେଶ୍ୱରରେ ଏହି କୋଚିଂ ଇନିଷ୍ଟିଚ୍ୟୁଟରୁ ୨୦ କରୋନା ପଜିଟିଭ୍, ସିଲ୍ କଲା ବିଏମସି

ଭୁବନେଶ୍ୱର: ରାଜଧାନୀରେ ଶିକ୍ଷାନୁଷ୍ଠାନ ପରେ କୋଚିଂ ସେଣ୍ଟରରେ କରୋନା । ଭୁବନଶ୍ୱର ସ୍ଥିତ XIMB ପରେ ମୈତ୍ରୀ ବିହାରରେ ଥିବା ଆଲୋନ୍ କୋଚିଂ ଇନିଷ୍ଟିଚ୍ୟୁଟକୁ ଆଜି ସିଲ୍ କରିଛି ବିଏମସି । ୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ ପରେ ସର୍ବସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନେଇଛି ବିଏମସି । ଅନାଦେଶ ଯାଏ କଟକଣା ଜାରି ହୋଇଛି ।

କୋଚିଂ ଇନଷ୍ଟିଚ୍ୟୁଟ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ଲାଗିଛି କଟକଣା । ବିଏନସିର ବିନା ଅନୁମତିରେ କେହି ଭିତରେ ପ୍ରବେଶ କରି ପାରିବେ ନାହିଁ । ହଷ୍ଟେଲ କିମ୍ୱା ମେସରେ ଥିବା ଛାତ୍ରଛାତ୍ରୀ ଓ କର୍ମଚାରୀ କାହାରକୁ ଆସିବେ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବ ବିଏମସି ।

ଯେଉଁମାନେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନେ ଅଲଗା ରୁମରେ ଆଇସୋଲେସନରେ ଅଛନ୍ତି । ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯିବ । କୋଚିଂ ସେଣ୍ଟରର ଅନ୍ୟମାନଙ୍କର କୋଭିଡ୍ ଟେଷ୍ଚ କରାଯିବ । ପୂର୍ବରୁ ଭୁବନେଶ୍ୱର ସ୍ଥିତ ଜାଭିଅର ଇନିଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟରୁ(XIMB) କରୋନା ସଂକ୍ରମିତ ଚିହ୍ନଟ ପରେ ସିଲ୍ କରିଥିଲା ବିଏମସି ।

Leave A Reply

Your email address will not be published.