Latest Odisha News

BREAKING NEWS

ବଦଳିପାରେ ପାଗ, ଆସନ୍ତା ଦୁଇ ଦିନ କାଳବୈଶାଖୀ ଓ ବର୍ଷା !

ଭୁବନେଶ୍ବର: ଆସନ୍ତା ଦୁଇ ଦିନ କାଳବୈଶାଖୀ ଓ ବର୍ଷା ହେବ । ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ରାଜ୍ୟର କିଛି ସ୍ଥାନରେ ବିଜୁଳି, ଘଡଘଡ଼ି ସହ ବର୍ଷା ହେବ । ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କୋରାପୁଟ, ଗଜପତି ଓ କନ୍ଧମାଳ ଆଦି ଜିଲ୍ଲାରେ ଅପରାହ୍ଣରେ ବିଜୁଳି, ଘଡ଼ଘଡି ସହ ବର୍ଷା ହେବ । 

ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ରହିବ । ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାରିଂ ଜାରି କରାଯାଇଛି । ଗତକାଲି ଅପରାହ୍ଣରେ ରାଜ୍ୟର କିଚି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା । 

ସେପଟେ ପଶ୍ଚିମ ଓଡ଼ିଶାର କିଛି ରାଜ୍ୟରେ ତାତି ଅଧିକ ରହିବାର ସମ୍ଭାବନା ଅଛି । ତେଣୁ ୩୧ ତାରିିଖ ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ହିଟ୍ ୱେଭ୍ ୱାରିଂ ଜାରି କରିଛି । 

Leave A Reply

Your email address will not be published.