ଭୁବନେଶ୍ୱର: ଆସନ୍ତା ୩୦ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ । ଆଜି ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ହାତରୁ ଦଳୀୟ ଟିକେଟ ଗ୍ରହଣ କରିଛନ୍ତି । ନବୀନ ନିବାସରେ ତାଙ୍କୁ ଟିକେଟ ହସ୍ତାନ୍ତର କରିଥିଲେ ନବୀନ ପଟ୍ଟନାୟକ । ଏତିକିବେଳେ ରୁଦ୍ରଙ୍କ ସହ ଉଭଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ ବି ଉପସ୍ଥିତ ଥିଲେ ।
ରୁଦ୍ରଙ୍କୁ ଦଳୀୟ ଟିକେଟ ଦେବା ପରେ ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ବିଜେଡି ସାଧାରଣ ସମ୍ପାଦକ(ସଂଗଠନ) ପ୍ରଣବ ପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଉପନିର୍ବାଚନରେ ବିଜୟୀ ହେବା ନେଇ ଆଶାବାଦୀ ଅଛନ୍ତି ରୁଦ୍ର । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆସ୍ଥା ଓ ଭରସା ଜିତିବେ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରା କରିବା ଦିଗରେ କାମ କରିବେ ବୋଲି କହିଛନ୍ତି ରୁଦ୍ର ପ୍ରତାପ ମହାରଥୀ ।
BREAKING NEWS
- ସଙ୍କଟ ବେଳେ ଆଳୁ ଯୋଗାଇଥିଲା ୟୁପି, ପଞ୍ଜାବ: ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ
- ‘ଆମେ ଯାହା ଚାହୁଁ ୫୫ ପ୍ରତିଶତ ଭାରତୀୟ ତାହା ହିଁ ଚାହାଁନ୍ତି’: ବାଂଲାଦେଶର ବଡ଼ ବୟାନ
- ୨୩ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପରେ ଓଡ଼ିଶାକୁ ସ୍ବର୍ଣ୍ଣ
- ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା କରିବ ସିବିଏସଇ
- ‘ଅର୍ଥନୈତିକ ବିକାଶକୁ ଦୃଢୀଭୂତ କରିବ ବଜେଟ୍’
- ‘ଭାରତ ପାଖରେ ପ୍ରବଳ ଟଙ୍କା ଅଛି, ଆମେ କାହିଁକି ପାଣ୍ଠି ଦେବୁ?’ ପ୍ରଶ୍ନ କଲେ ଟ୍ରମ୍ପ
- ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର
- ଜାଣନ୍ତି କି ଦୁନିଆର ପ୍ରଥମ ମନୁଷ୍ୟ କିଏ? ଜାଣନ୍ତୁ କଣ କହୁଛି ଧର୍ମଶାସ୍ତ୍ର
- ଭୁବନେଶ୍ଵର ଏମ୍ସରେ ସିବିଆଇ ରେଡ୍
- ପ୍ରଶ୍ନକାଳରୁ ବିରୋଧୀଙ୍କ କଡା ଆଭିମୁଖ୍ୟ: ୪ଟା ଯାଏଁ ଗୃହ ମୁଲତବି
Comments are closed.