Latest Odisha News

ବେଆଇନ୍ ପାର୍କିଂ ଫି ଆଦାୟ ଅଭିଯୋଗରେ ଭବାନୀ ମଲରେ ବିଡିଏ ଓ ବିଏମସି ସ୍କ୍ୱାର୍ଡର ମିଳିତ ଚଢ଼ାଉ  

ଭୁବନେଶ୍ୱର: ସପିଂ ମଲ, ହସ୍ପିଟାଲ, ମଲ୍ଟିପ୍ଲେକ୍ସ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବେଆଇନ ପାର୍କିଂ ଫି ଆଦାୟକୁ ନେଇ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଧରପଗଡ । ବିଡିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡ ସହୀଦନଗର ସ୍ଥିତ ଭବାନୀ ମଲରେ ଚଢାଉ କରିଛି । ଚଢାଉ ବେଳେ ସ୍କ୍ୱାର୍ଡ ୨ଟି ପିଓଏସ୍ ମେସିନ୍ ଜବତ କରାଯାଇଥିବା ସୂଚନା ମିଳିଛି ।

ସପିଂ ମଲ, ହସ୍ପିଟାଲ, ମଲ୍ଟିପ୍ଲେକ୍ସ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ଗୁଡିକ ପାର୍କିଂ ଫି ନେଲେ, କାର୍ଯାନୁଷ୍ଠାନ ନିଆଯିବ ବୋଲି ବୁଧବାର ବିଡିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିସହ ଆପାର୍ଟମେଣ୍ଟ ଏବଂ ଆବାସିକ ବାସଭବନରେ ମଧ୍ୟ ପାର୍କିଂ ଫି ଉପରେ କଟକଣା ଲଗାଯାଇଛି ।

ନିର୍ଦ୍ଦେଶନାମା ଜାରି ହେବାର ୨୪ଘଣ୍ଟା ନ ପୂରୁଣୁ କିଛି ସ୍ଥାନରେ ପୂର୍ବ ଭଳି ପାର୍କିଂ ଫି’ ଆଦାୟ କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହା ବିରୋଧରେ ବିଡିଏ କାର୍ଯ୍ୟାନୁଷ୍ଠାନ ନେଇଛି ।

ଭବାନୀ ମଲରେ ମଧ୍ୟ ପାର୍କି ଫି ନିଆଯାଉଥିବା ବିଡିଏ ନଜରକୁ ଆସିଥିଲା । ଏହା ପରେ ସେଠାରେ ଶୁକ୍ରବାର ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଚଢାଉ କରି ୨ଟି ପିଓଏସ୍ ମେସିନ୍ ଜବତ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.