Latest Odisha News

BREAKING NEWS

ଅଧିନାୟକ ପଦରୁ ହଟିଲେ ସରଫରାଜ

ଭୁବନେଶ୍ୱର: ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ପଦରୁ ହଟିଛନ୍ତି ସରଫରାଜ ଅହମ୍ମଦ । ସରଫରାଜଙ୍କୁ କ୍ରିକେଟର ସମସ୍ତ ୩ଟି ଫର୍ମାଟ ଟେଷ୍ଟ, ୱାନଡେ ଓ ଟି-୨୦ର ଅଧିନାୟକତ୍ୱରୁ ବିଦା କରିଛି ‘ପାକିସ୍ତାନ କ୍ରିକେଟ ଆସୋସିଏସନ’ ।

ଗତ କ୍ରିକେଟ ୱାର୍ଲଡ କପରେ ପାକ୍ ଟିମର ଅପମାନଜନକ ପ୍ରତ୍ୟାବର୍ତ୍ତନ ସହ ନିକଟରେ ଶ୍ରୀଲଙ୍କା ଟିମଠାରୁ ନିଜ ମାଟିରେ ଶୋଚନୀୟ ପରାସ୍ତ ପରେ ସରଫରାଜଙ୍କ ଉପରେ ଅଧିନାୟକତ୍ୱ ଛାଡିବା ଲାଗି ବରାବର ଚାପ ପଡିଆସୁଥିବା ବେଳେ ଏବେ ତାଙ୍କଠାରୁ କ୍ୟାପ୍ଟେନସିପ୍ ଛଡାଇ ନିଆଯାଇଛି।

ତେବେ ସରଫରାଜଙ୍କ ଅଧିନାୟକତ୍ୱରେ ପାକ୍ ଟି-୨୦ ଟିମ୍ ରାଙ୍କିଙ୍ଗକୁ ଆସିଥିଲା। କେବଳ ସେତିକି ନୁହେଁ ଗତ ୨୦୧୭ ଚାମ୍ପିୟନସ ଟ୍ରଫି ଫାଇନାଲରେ ଟିମ ଇଣ୍ଡିଆକୁ ହରାଇ ସରଫରାଜ ରାତାରାତ ଷ୍ଟାର ବନିଯାଇଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, ବର୍ତ୍ତମାନ ୩ଟି ଫର୍ମାଟ୍ ପାଇଁ ‘ପାକିସ୍ତାନ କ୍ରିକେଟ ଆସୋସିଏସନ’ ପୃଥକପୃଥକ ୩ ଜଣ କ୍ରିକେଟରଙ୍କୁ ଚୟନ କରିଛି । ଅଜହର ଅଲ୍ଲୀ ଟେଷ୍ଟ ଟିମର କ୍ୟାପ୍ଟେନ ମନୋନୀତ ହୋଇଥିବା ବେଳେ ୱାନଡେ ଟିମ ଲାଗି ମହମ୍ମଦ ହାଫିଜ ଓ ଟି-୨୦ ଟିମ୍ ଅଧିନାୟକ ଭାବେ ବାବର ଆଜମଙ୍କୁ ମନୋନୀତ କରାଯାଇଛି । ଅଷ୍ଟ୍ରେଲିଆ ଟୁର ଲାଗି ପାକିସ୍ତାନ ଟିମରେ ଏଭଳି ପରିବର୍ତ୍ତନ କରାଯାଇଥିବା ମିସବାହ ଉଲହକ୍ କହିଛନ୍ତି।

Leave A Reply

Your email address will not be published.