Latest Odisha News

BREAKING NEWS

ହଟିଲେ ଶିବକୁମାର ! ବିଏନ୍ ଚନ୍ଦ୍ରପ୍ପାଙ୍କୁ କର୍ଣ୍ଣାଟକ ପିସିସିର କାର୍ଯ୍ୟକାରୀ ସଭାପତି କଲା ଏଆଇସିସି

ର୍ଣ୍ଣାଟକ ବିଧାନସଭା ନିର୍ବାଚନର ପ୍ରାୟ ଏକ ମାସ ପୂର୍ବରୁ କଂଗ୍ରେସ ଡି.କେ ଶିବକୁମାରଙ୍କଠାରୁ ହଠାତ୍ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପଦ ଛଡ଼ାଇ ନେଇଛି । ଠିକ୍ ନିର୍ବାଚନ ପୂର୍ବରୁ ବିଏନ୍ ଚନ୍ଦ୍ରପ୍ପାଙ୍କୁ ତତ୍କାଳ ପ୍ରଭାବରେ ରବିବାର ପ୍ରଦେଶ କଂଗ୍ରେସ କଂମିଟି କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି ଏଆଇସିସି । ଯାହକୁ ନେଇ କର୍ଣ୍ଣାଟକ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ସୂଚନାଯୋଗ୍ୟ, ନିକଟରେ ଡି.କେ ଶିବକୁମାର କହିଥିଲେ ଯେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଯଦି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବାକୁ ସ୍ୱୀକାର କରନ୍ତି ତେବେ ସେ ତାଙ୍କ ଅଧୀନରେ କାମ କରିବାକୁ ପ୍ରସ୍ତୁତ ଅଛନ୍ତି । ହୁଏତ ଶିବକୁମାରଙ୍କ ଏପରି ବୟାନକୁ ଭିତ୍ତି କରି ଏଆଇସିସି ଏପରି ବଡ଼ ପରିବର୍ତ୍ତନ କରିଥାଇପାରେ ବୋଲି ରାଜନୈତିକ ସମୀକ୍ଷକ ମତ ରଖିଛନ୍ତି।

ଏହାପୂର୍ବରୁ କଂଗ୍ରେସ ଶନିବାର, ଏଚପି ସୁଧାମ ଦାସଙ୍କୁ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ପ୍ରଚାର କମିଟିର ସହ-ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରିଛି । ସୂଚନାଯୋଗ୍ୟ, କର୍ଣ୍ଣାଟକରେ ଆଉ କିଛି ଦିନ ପରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ସାରା ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ରହିଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଏଥର ନିର୍ବାଚନ ନେଇ ରାଜ୍ୟରେ ଜୋରଦାର ପ୍ରଚାର କରିବା ସହ ଶାସକ ବିଜେପିକୁ ଟାର୍ଗେଟ୍ କରୁଥିବାବେଳେ ଶିବକୁମାରଙ୍କୁ ଅଚାନକ ପିସିସି ପଦରୁ ବାଦ୍ ଦେବା ଘଟଣା କର୍ଣ୍ଣାଟକ ରାଜନୀତିକୁ ଅଧିକ ଉଷ୍ମ କରିଛି ।

Leave A Reply

Your email address will not be published.