Latest Odisha News

BREAKING NEWS

ପାଣି ଗରମ କରୁଥିବା ବେଳେ ଚାଲିଗଲା ମା’-ଝିଅଙ୍କ ଜୀବନ

ରାୟଗଡା: ରାୟଗଡା ଜିଲ୍ଲା ପଦ୍ମପୁର ଥାନା ସାଇନଗରରେ ଘଟିଛି ଅଭାବନୀୟ ଘଟଣା । ମା’-ଝିଅଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ଘର ଭିତରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଉଭୟଙ୍କ ମୃତ୍ୟୁର କାରଣ ଜଣା ପଡ଼ି ନାହିଁ। ତେବେ ପାଣି ଗରମ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁହିଁଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଶୀତଦିନ ହୋଇଥିବାରୁ ପାଣି ଗରମ କରିବାବେଳେ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Comments are closed.