ରିଆମାଳ:ରିଆମାଳ ବନାଞ୍ଚଳ ରେଙ୍ଗାଳବଡ଼ା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଗଦଗଦା ଗ୍ରାମ ନିକଟସ୍ଥ ରମ୍ଭା ଦେବୀ ସଂରକ୍ଷିତ ଜଙ୍ଗଲରୁ ଶୁକ୍ରବାର ଏକ ଶିଶୁ ଶାବକ ହାତୀର ମୃତଦେହ ମିଳିଛି। ହାତୀ ଶାବକର ଆନୁମାନିକ ବୟସ ୧୬ ମାସ ବୋଲି ଜଣାପଡ଼ିଛି।
ତେବେ ଆଭ୍ୟନ୍ତରୀଣ କନ୍ଦଳରୁ କ୍ଷତ ସଂକ୍ରମଣ ଯୋଗୁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।
ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ବନବିଭାଗ ସୂଚନା ଦେଇଛି।

Comments are closed.