Latest Odisha News

BREAKING NEWS

ରାସ୍ତାକଡରୁ ଉଦ୍ଧାର ମୃତ ନବଜାତ ଶିଶୁ, କେତେ ସଜାଗ ପୋଲିସ ପ୍ରଶାସନ ?

ଅନୁଗୁଳ: ଦିନକୁ ଦିନ ମାନବିକତାର ଅର୍ଥକୁ ସମାଜ ଅବିଧାନରୁ ଲିଭାଇବାରେ ଲାଗିଛି ମଣିଷ ଜାତି । ସଂସାର ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷ ଖୋଦ ନିଜ ଅସ୍ତିତ୍ୱକୁ କଳୁଷିତ କରିବାରେ ଲାଗିଛି । ଏହି ଦୁଇଟି ଉକ୍ତି ଅନୁଗୁଳ ଜିଲ୍ଲାର ଏକ ଅଭାବନୀୟ ଘଟଣାକୁ ଇଙ୍ଗିତ କରୁଛି ।

ଜିଲ୍ଲାର ଦୈନିକ ବଜାରରୁ ଉଦ୍ଧାର ହୋଇଛି ଜଣେ ନବଜାତ ଶିଶୁର ମୃତଦେହ । ସରକାରୀ ଡାକ୍ତରଖାନାଠୁ ମାତ୍ର ୫୦୦ ମିଟର ଦୂରରେ ନବଜାତ ଶିଶୁର ମୃତଦେହ ମିଳିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଗତକାଲି ବିଳମ୍ବିତ ରାତିରେ କେହି ଅମଣିଷ ଶିଶୁଟିକୁ ପକାଇଦେଇ ପଳାଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଂଚି ଶିଶୁଟିର ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.