Latest Odisha News

BREAKING NEWS

ଆଜି ଗାଁରେ ପହଞ୍ଚିବ ଓଡିଆ ସହିଦ ଯବାନଙ୍କ ମରଶରୀର

ଭୁବନେଶ୍ୱର : ଜମ୍ମୁ-କାଶ୍ମୀରରେ ସୋମବାର ଦିନ ହୋଇଥିବା ଆଇଇଡି ବିସ୍ଫୋରଣରେ ସହିଦ ହୋଇଥିବା ଓଡିଆ ଯବାନ ଅଜିତ ସାହୁଙ୍କ ପାର୍ଥୀବ ଶରୀର ଆଜି ଓଡିଶାରେ ପହଞ୍ଚିବ ।

ପ୍ରାପ୍ତ ସୂଚନାନୁଯାୟୀ ଏହି ଓଡିଆ ଯବାନଙ୍କ ପାର୍ଥୀବ ଶରୀର ମଙ୍ଗଳବାର ପ୍ରାୟ ସନ୍ଧ୍ୟା ୬ଟା ବେଳେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବ ବୋଲି ଶ୍ରୀନଗର ସ୍ଥିତ ଆର୍ମି କ୍ୟାମ୍ପରୁ ଏନେଇ ସୂଚନା ମିଳିଥିଲା । ପରବର୍ତ୍ତୀ ସମୟରେ ସେଠାରୁ ତାଙ୍କ ମରଶରୀରକୁ ପୈତୃକ ଗ୍ରାମ ଢେଙ୍କାନାଳର ବଡସୁଆଁଳ ଅଭିମୁଖେ ନିଆଯିବ ବୋଲି ସୂଚନା ମିଳିଥିଲା ।

ଅପରପକ୍ଷରେ ଗତକାଲି ତାଙ୍କ ମରଶରୀର କେଉଁ କାରଣରୁ ଓଡିଶା ଆସିପାରିନାହିଁ, ସେନେଇ ଅଧିକାରୀଙ୍କ ସୁତ୍ରରୁ କୌଣସି ସୂଚନା ମିଳିପାରିନାହିଁ ।

ଅଜିତଙ୍କ ଶେଷକୃତ ପାଇଁ ଢେଙ୍କାନାଳରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପକାଶ କରାଯାଇଛି ।

ଅଧିକ ପଢନ୍ତୁ: ଜମ୍ମୁ-କାଶ୍ମୀର: ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ ଓଡିଆ ଯବାନ 

Leave A Reply

Your email address will not be published.