ଜଗତସିଂହପୁର : ନାଉଗାଁ ବ୍ଳକ ଅନ୍ତର୍ଗତ ଦେବୀନଦୀର ଶିଖରଘାଟ ଠାରେ ବୋଇତ ବନ୍ଦାଣ ଉତ୍ସବ ତଥା ନାଉଗାଁ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହି ମହତ୍ସୋବ ସମାରୋହରେ ସାଧବପୁଅ ଓ ସାଧବ ବୋହୂ ବେଶରେ କୁନିକୁନି ପିଲାମାନେ ନୌକା ବିହାର କରିବା ସହ, ସାଧବ ବୋହୂମାନେ ସାଧବ ୭ ଭାଇଙ୍କୁ ବନ୍ଦାପନା କରିଥିଲେ। ଅତୀତରେ ଓଡ଼ିଆ ସାଧବମାନେ ଦେଶ ବିଦେଶରେ ବାଣିଜ୍ୟ କରିବା ପାଇଁ ବର୍ଷ ବର୍ଷ ଧରି ଜଳପଥରେ ଯାତ୍ରାକରିବା ସମୟରେ ଏହି ଶିଖରଘାଟରେ ଥିବା ଏକ ବରଗଛ ମୂଳରେ ବିଶ୍ରାମ ନେବାପରେ ପୁନଶ୍ଚ ଯାତ୍ରା କରିଥାନ୍ତି।
ସେହି କିମ୍ବଦନ୍ତୀକୁ ସ୍ମୃତି କରି ରଖିବା ପାଇଁ ଶିଖରଘାଟ ଠାରେ ବୋଇତ ବନ୍ଦାଣ ଉତ୍ସବ ପ୍ରତିବର୍ଷ ପାଳନ କରାଯାଏ ବୋଲି କହିଛନ୍ତି ଆୟୋଜକ। ୩ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ଉଦଘାଟନୀ ସମାରୋହରେ ସରକାରୀ ଦଳ ମୁଖ୍ୟ ସଚେତକ ତଥା ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି , ପୂର୍ବତନ ବିଧାୟକ ଜ୍ୟୋତିଷ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, ରାଜ୍ୟ ସାଧୁସନ୍ଥ ମହାସଭାର ସଭାପତି ସ୍ୱାମୀ ଚିନ୍ତାମଣି ପର୍ବତ ପ୍ରମୁଖ ଯୋଗ ଦେଇ ବୋଇତ ବନ୍ଦାଣ ତଥା ଶିଖରଘାଟର ଐତିହ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
Comments are closed.