ଭୁବନେଶ୍ବର: କିଏ ମାରିବ ବଲାଙ୍ଗୀର ବାଜି ? ବାପାଙ୍କ ସିଟରେ ପୁଅଙ୍କ ବଡ ଲଢେଇ। ଲୋକସଭା ଲଢେଇ ପରେ ଏବେ ବିଧାନସଭାରେ ଆରପାର୍ । ବଲାଙ୍ଗୀର ବିଧାନସଭାରେ ପ୍ରାର୍ଥୀ ଘୋଷଣା ପରେ ବଢିଛି ତାତି । ବିଜେଡିରୁ କଳିକେଶ ନାରାୟଣ ସିଂହଦେଓ ପ୍ରାର୍ଥୀ ହୋଇଛନ୍ତି ତ କଂଗ୍ରେସରୁ ସମରେନ୍ଦ୍ର ମିଶ୍ର ଓ ବିଜେପିରୁ ଗୋପାଳଜୀ ପାଣିଗ୍ରାହୀ ଓହ୍ଲାଇଛନ୍ତି। କଳିକେଶ ଓ ସମରେନ୍ଦ୍ରଙ୍କ ମଧ୍ୟରେ ପୂର୍ବରୁ ବି ପ୍ରତିଦ୍ବନ୍ଦ୍ବିତା ହୋଇଛି। ଗତ ସାଧାରଣ ନିର୍ବାଚନରେ ଉଭୟ ବଲାଙ୍ଗୀର ଲୋକସଭା ପାଇଁ ଲଢି ହାରିଥିଲେ। ଏଥର ଲଢେଇ ତ ହେବ ହେଲେ ବିଧାନସଭା ପାଇଁ। ବଲାଙ୍ଗୀରରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ରହିଛନ୍ତି ଅନଙ୍ଗ ଉଦୟ ସିଂହଦେଓ ଓ ନରସିଂହ ମିଶ୍ର । ୧୯୯୦ରୁ ୨୦୧୪ ପର୍ଯ୍ୟନ୍ତ ବଲାଙ୍ଗୀରରୁ ବିଧାୟକ ରହିଥିଲେ ଏୟୁ ସିଂହଦେଓ । ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳରୁ ଜିତି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ବି ରହିଥିଲେ । ୨୦୧୪ରୁ ୨୦୨୪ ଯାଏଁ ବିଧାୟକ ରହିଛନ୍ତି ନରସିଂହ ମିଶ୍ର। ୨୦୧୯ରୁ ଅନଙ୍ଗ ଉଦୟ ରାଜନୀତିରୁ ଅବସର ନେଇଛନ୍ତି ତ ୨୦୨୪ରେ ରାଜନୀତିରୁ ସନ୍ୟାସ ନେଇଛନ୍ତି ନରସିଂହ । ତେଣୁ ଏଥର ଲଢେଇ ପୁଅଙ୍କ ମଧ୍ୟରେ । ଗତଥର ଉଭୟ କଳିକେଶ ଓ ସମରେନ୍ଦ୍ର ଲୋକସଭା ପାଇଁ ଲଢିଥିଲେ। ଉଭୟ ହାରିଥିଲେ ବି ବଲାଙ୍ଗୀର ବିଧାନସଭାରୁ ପ୍ରଥମ ଓ ଦ୍ବିତୀୟ ସର୍ବାଧିକ ଭୋଟ୍ ପାଇଥିଲେ। କଳିକେଶଙ୍କୁ ସର୍ବାଧିକ ୬୬ହଜାର ୨୮୩ ଭୋଟ୍ ମିଳିଥିବା ବେଳେ ସମରେନ୍ଦ୍ରଙ୍କୁ ୫୩ହଜାର ୭୬୩ ଭୋଟ୍ ମିଳିଥିଲା। ବଲାଙ୍ଗୀର ଲୋକସଭା ଜିତିଥିବା ସଂଗୀତା ସିଂହଦେଓ ବିଧାନସଭା ଆସନରେ ତିନି ନମ୍ବର ସ୍ଥାନରେ ଥିଲେ। ତେଣୁ ଲଢେଇ ଏଥର ଜୋରଦାର ହେବ । ସେପଟେ ବିଜେପି ବି ଗୋପାଳଜୀ ପାଣିଗ୍ରାହୀଙ୍କୁ ନୂଆ ଚେହେରା ଭାବେ ସୁଯୋଗ ଦେଇଛି । ଅନେକ ଦିନରୁ ରାଜନୀତିରେ ସକ୍ରିୟ ରହିଥିବା ଗୋପାଳଜୀ ଲୋୟର ସୁକତେଲ ପ୍ରକଳ୍ପ ପାଇଁ ଚାଲିଥିବା ଆନ୍ଦୋଳନର ନେତୃତ୍ବ ନେଇ ଚର୍ଚ୍ଚିତ ରହିଥିଲେ । ପ୍ରତିଦ୍ବନ୍ଦ୍ବୀଙ୍କୁ ଘେରିବାକୁ ତାଙ୍କ ପାଖରେ ରହିଛି ଅନେକ ପ୍ରସଙ୍ଗ। ବିଭିନ୍ନ ସମୟରେ ସାମୁହିକ ବିକାଶ ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିବା ଗୋପାଳଜୀ ଉଭୟ କଳିକେଶ ଓ ସମରେନ୍ଦ୍ରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇାପାରନ୍ତି । ତେଣୁ ବଲାଙ୍ଗୀରରେ ଦେଖିବାକୁ ମିଳିବ ଚବିଶ ନିର୍ବାଚନର ରୋଚକ ଲଢେଇ । କିଏ ଜିତିବ ବଲାଙ୍ଗୀର, ରାଜା, ଉଦ୍ୟୋଗୀ ନା ଆମ୍ ଆଦମୀ ? ଏହା ଉପରେ ସମସ୍ତଙ୍କ ନଜର ରହିଛି ।
BREAKING NEWS
- ଯାଜପୁରରେ ଗୁଳି ଫୁଟାଇ ଅଳଙ୍କାର ବ୍ୟବସାୟୀଙ୍କୁ ଲୁଟ୍, ନେଇଗଲେ ୪ କେଜି. ରୂପା…
- Independence Day: ସ୍ୱାଧୀନତା ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ, ଜାଣନ୍ତୁ ଟ୍ରାଫିକ କଟକଣା…
- କଲମ୍ବିଆରେ ଭୟଙ୍କର ଭୂମିକମ୍ପରେ ୧୧୧ ମୃତ, ଏମରଜେନ୍ସି ଘୋଷଣା…
- ରାଜଧାନୀରେ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ବଙ୍ଗୀୟ ଯୁବକ ଗିରଫ
- ଟାଇମପାସ୍ ‘ବହିବର୍ଷା’; ଲୋକାର୍ପିତ ହେଲା ୧୩ ପୁସ୍ତକ
- ନିଯୁକ୍ତି ମେଳାରେ ନୂଆ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର: ‘ଦୁର୍ନୀତିରୁ ଦୂରେଇ ରୁହ, ଲୋକଙ୍କ ସେବା କର’
- ଖୁରାନିଆଙ୍କ ଅବସର ପୂର୍ବରୁ ବଡ଼ ଖବର: ଡିଜି ପାହ୍ୟାକୁ ଉନ୍ନୀତ ହେଲେ ୧୯୯୪ ବ୍ୟାଚ୍ର ଦୁଇ ଆଇପିଏସ୍ ଅଧିକାରୀ
- ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡରେ ନୂଆ ମୋଡ଼: କ୍ରାଇମବ୍ରାଞ୍ଚକୁ ପେନ୍ଡ୍ରାଇଭ୍ ଦେଲେ ବାପା, ଖୋଲିବ କି ହ୍ୱାଟ୍ସଆପ୍ ଚାଟ୍ର ଗୁମର?
- Earthquake shakes Colombia:ଶକ୍ତିଶାଳୀ ଭୂମିକମ୍ପରେ ଥରିଲା ଏହି ଦେଶ;୪୭ ମୃତ,ଭଗ୍ନାବଶେଷ ତଳେ ଅନେକ ଫସିଛନ୍ତି
- ସ୍ମାର୍ଟ ମିଟର ନାଁରେ ଉପଭୋକ୍ତାଙ୍କୁ ଶୋଷଣ ଅଭିଯୋଗ: ବିଜେପି ସରକାର ଓ ଟାଟା ପାୱାରକୁ ଘେରିଲା ବିଜେଡି

Comments are closed.