ଭୁବନେଶ୍ବର: କିଏ ମାରିବ ବଲାଙ୍ଗୀର ବାଜି ? ବାପାଙ୍କ ସିଟରେ ପୁଅଙ୍କ ବଡ ଲଢେଇ। ଲୋକସଭା ଲଢେଇ ପରେ ଏବେ ବିଧାନସଭାରେ ଆରପାର୍ । ବଲାଙ୍ଗୀର ବିଧାନସଭାରେ ପ୍ରାର୍ଥୀ ଘୋଷଣା ପରେ ବଢିଛି ତାତି । ବିଜେଡିରୁ କଳିକେଶ ନାରାୟଣ ସିଂହଦେଓ ପ୍ରାର୍ଥୀ ହୋଇଛନ୍ତି ତ କଂଗ୍ରେସରୁ ସମରେନ୍ଦ୍ର ମିଶ୍ର ଓ ବିଜେପିରୁ ଗୋପାଳଜୀ ପାଣିଗ୍ରାହୀ ଓହ୍ଲାଇଛନ୍ତି। କଳିକେଶ ଓ ସମରେନ୍ଦ୍ରଙ୍କ ମଧ୍ୟରେ ପୂର୍ବରୁ ବି ପ୍ରତିଦ୍ବନ୍ଦ୍ବିତା ହୋଇଛି। ଗତ ସାଧାରଣ ନିର୍ବାଚନରେ ଉଭୟ ବଲାଙ୍ଗୀର ଲୋକସଭା ପାଇଁ ଲଢି ହାରିଥିଲେ। ଏଥର ଲଢେଇ ତ ହେବ ହେଲେ ବିଧାନସଭା ପାଇଁ। ବଲାଙ୍ଗୀରରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ରହିଛନ୍ତି ଅନଙ୍ଗ ଉଦୟ ସିଂହଦେଓ ଓ ନରସିଂହ ମିଶ୍ର । ୧୯୯୦ରୁ ୨୦୧୪ ପର୍ଯ୍ୟନ୍ତ ବଲାଙ୍ଗୀରରୁ ବିଧାୟକ ରହିଥିଲେ ଏୟୁ ସିଂହଦେଓ । ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳରୁ ଜିତି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ବି ରହିଥିଲେ । ୨୦୧୪ରୁ ୨୦୨୪ ଯାଏଁ ବିଧାୟକ ରହିଛନ୍ତି ନରସିଂହ ମିଶ୍ର। ୨୦୧୯ରୁ ଅନଙ୍ଗ ଉଦୟ ରାଜନୀତିରୁ ଅବସର ନେଇଛନ୍ତି ତ ୨୦୨୪ରେ ରାଜନୀତିରୁ ସନ୍ୟାସ ନେଇଛନ୍ତି ନରସିଂହ । ତେଣୁ ଏଥର ଲଢେଇ ପୁଅଙ୍କ ମଧ୍ୟରେ । ଗତଥର ଉଭୟ କଳିକେଶ ଓ ସମରେନ୍ଦ୍ର ଲୋକସଭା ପାଇଁ ଲଢିଥିଲେ। ଉଭୟ ହାରିଥିଲେ ବି ବଲାଙ୍ଗୀର ବିଧାନସଭାରୁ ପ୍ରଥମ ଓ ଦ୍ବିତୀୟ ସର୍ବାଧିକ ଭୋଟ୍ ପାଇଥିଲେ। କଳିକେଶଙ୍କୁ ସର୍ବାଧିକ ୬୬ହଜାର ୨୮୩ ଭୋଟ୍ ମିଳିଥିବା ବେଳେ ସମରେନ୍ଦ୍ରଙ୍କୁ ୫୩ହଜାର ୭୬୩ ଭୋଟ୍ ମିଳିଥିଲା। ବଲାଙ୍ଗୀର ଲୋକସଭା ଜିତିଥିବା ସଂଗୀତା ସିଂହଦେଓ ବିଧାନସଭା ଆସନରେ ତିନି ନମ୍ବର ସ୍ଥାନରେ ଥିଲେ। ତେଣୁ ଲଢେଇ ଏଥର ଜୋରଦାର ହେବ । ସେପଟେ ବିଜେପି ବି ଗୋପାଳଜୀ ପାଣିଗ୍ରାହୀଙ୍କୁ ନୂଆ ଚେହେରା ଭାବେ ସୁଯୋଗ ଦେଇଛି । ଅନେକ ଦିନରୁ ରାଜନୀତିରେ ସକ୍ରିୟ ରହିଥିବା ଗୋପାଳଜୀ ଲୋୟର ସୁକତେଲ ପ୍ରକଳ୍ପ ପାଇଁ ଚାଲିଥିବା ଆନ୍ଦୋଳନର ନେତୃତ୍ବ ନେଇ ଚର୍ଚ୍ଚିତ ରହିଥିଲେ । ପ୍ରତିଦ୍ବନ୍ଦ୍ବୀଙ୍କୁ ଘେରିବାକୁ ତାଙ୍କ ପାଖରେ ରହିଛି ଅନେକ ପ୍ରସଙ୍ଗ। ବିଭିନ୍ନ ସମୟରେ ସାମୁହିକ ବିକାଶ ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିବା ଗୋପାଳଜୀ ଉଭୟ କଳିକେଶ ଓ ସମରେନ୍ଦ୍ରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇାପାରନ୍ତି । ତେଣୁ ବଲାଙ୍ଗୀରରେ ଦେଖିବାକୁ ମିଳିବ ଚବିଶ ନିର୍ବାଚନର ରୋଚକ ଲଢେଇ । କିଏ ଜିତିବ ବଲାଙ୍ଗୀର, ରାଜା, ଉଦ୍ୟୋଗୀ ନା ଆମ୍ ଆଦମୀ ? ଏହା ଉପରେ ସମସ୍ତଙ୍କ ନଜର ରହିଛି ।
BREAKING NEWS
- ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
- ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
- ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
- ଭାରତ ସିରିଜ୍ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ
- Maa Manikeswari’s Chhatra Yatra:ପ୍ରସିଦ୍ଧ ଛତରଯାତ୍ରା ପାଇଁ ପ୍ରସ୍ତୁତ ଭବାନୀପାଟଣା;ନଜର ରଖିବ ୨୫ଟି ସିସିଟିଭି,ଡ୍ରୋନ୍
- ହାର୍ଦ୍ଦିକଙ୍କ ବିକଳ୍ପ ଖୋଜିବା ବନ୍ଦ କରିବାକୁ ପୂର୍ବତନ ଅଧିନାୟକ ଗାଭାସ୍କରଙ୍କ ଟିମ୍ ଇଣ୍ଡିଆକୁ ପରାମର୍ଶ
- ଖୋର୍ଦ୍ଧାରୁ ୫୫୦୦ ବୋତଲ କୋରେକ୍ସ ସହ ୧୦ ଗିରଫ
- Internet Restriction: ‘ସୁରକ୍ଷା ସହ ସ୍ୱାଧୀନତା ବି ନିହାତି ଜରୁରୀ’, ପିଲାଙ୍କ ଇଣ୍ଟରନେଟ୍ ବ୍ୟାନ୍କୁ ସୁପ୍ରିମକୋର୍ଟଙ୍କ ନା!
- Kolkata Stampede Odisha Alert: କୋଲକାତା ଦଳାଚକଟା ଦେଖି ଓଡ଼ିଶା ପୋଲିସ ମନରେ ଛନକା! ଆଗୁଆ ଭିଡ଼ିଲେ ଅଣ୍ଟା, ପୂଜା ମଣ୍ଡପରେ କଡ଼ା ସୁରକ୍ଷା…
- Minister warns Andhra: କୋଟିଆକୁ ନେଇ ମନ୍ତ୍ରୀଙ୍କ କଡା ଚେତାବନୀ, କହିଲେ, ‘ଏବେ ମାଆ ଅଛି, ମାଉସୀ ଦରକାର ନାହିଁ…’


Comments are closed.