Latest Odisha News

BREAKING NEWS

‘ନାଡା’ ଆମ୍ବାସଡାର୍ ହେଲେ ବଲିଉଡ ଆକ୍ଟର୍ ସୁନୀଲ ଶେଟ୍ଟୀ !

ମୁମ୍ବାଇ: ବଲିଉଡର ଆକ୍ସନ ହିରୋ ସୁନୀଲ ସେଟ୍ଟୀଙ୍କୁ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି ।

ଭାରତୀୟ ଆଥଲେଟଙ୍କୁ ଶକ୍ତିବର୍ଦ୍ଧକ ଔଷଧ ସେବନଠାରୁ ଦୂରେଇ ରହିବା ପାଇଁ ସୁନୀଲଙ୍କୁ ଦାୟିତ୍ୱ ଦିଆଯାଇଛି । ଚଳିତ ବର୍ଷ ୧୫୦ରୁ ଊଦ୍ଧ୍ୱର୍ ଆଥଲେଟ ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି । ଏହା ମଧ୍ୟରେ ଅଧିକାଂଶ ଭାରୋତୋଳକ ।

ନାଡାର ମହାନିଦେ୍ର୍ଧଶକ ନବୀନ ଅଗ୍ରୱାଲ କହିଛନ୍ତି ସୁନୀଲଙ୍କ ଉପସ୍ଥିତ ଯୁବ ଖେଳାଳିଙ୍କୁ ନିଶ୍ଚିତ ଭାବେ ଏହାଠାରୁ ଦୂରେଇ ରଖିବ । ସୁନୀଲ କୌଣସି ପ୍ରକାର ନିଶା ସେବନ କରୁ ନ ଥିବାରୁ ଏହା ଆଥଲେଟଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି । ବିଶ୍ୱ କ୍ରୀଡାରେ ଭାରତ ଭଲ ପ୍ରଦର୍ଶନ କରୁଥିବା ବେଳେ ଡୋପ ଟେଷ୍ଟରେ ଆଥଲେଟ ବିଫଳ ହେବା ଆମ ପାଇଁ ଲଜ୍ଜ୍ୱାର ବିଷୟ ବୋଲି ଧଡକନ ଷ୍ଟାର କହିଛନ୍ତି ।

Leave A Reply

Your email address will not be published.