Latest Odisha News

BREAKING NEWS

ରାଜ୍ୟରେ ପ୍ରତିଷ୍ଠା ହେବ ୪୫ ଫାଷ୍ଟଟ୍ରାକ୍ କୋର୍ଟ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଦୁଷ୍କର୍ମ ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ତଥା ପିଡିତାଙ୍କୁ ନ୍ୟାୟ ପ୍ରଦାନ ଲାଗି ନିକଟରେ କେନ୍ଦ୍ର ପକ୍ଷରୁ ୧୦୨୩ଟି ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ ଗଠନ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଓଡିଶାରେ ମଧ୍ୟ ୪୫ଟି ଫାଷ୍ଟ ଟ୍ରାକ୍ ଗଠନ କରାଯିବ ।

ଏନେଇ ଓଡିଶା ସରକାର ଘୋଷଣା କରିଥିବା କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ଗଣମାଧ୍ୟମକୁ ସୂଚନା ଦେଇ ସୋମବାର ଦିନ ସେ କହିଛନ୍ତି, “ଯୁଦ୍ଧକାଳୀନ ଭିତ୍ତିରେ ୪୫ଟି ଫାଷ୍ଟଟ୍ରାକ୍ କୋର୍ଟ ସ୍ଥାପିତ କରାଯିବାର ପ୍ରୟାସ ଜାରି ରହିଛି ।

ଆହୁରି ମଧ୍ୟ ୪୫ଟି ଫାଷ୍ଟଟ୍ରାକ୍ କୋର୍ଟ ମଧ୍ୟରୁ ୨୧ଟି ମହିଳାଙ୍କ ଦୁଷ୍କର୍ମ ମାମଲା ଲାଗି ଓ ୨୪ଟିରେ ପୋକ୍ସୋ ମାମଲାର ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏହାବ୍ୟତିତ ଓଡିଶା ହାଇକୋର୍ଟରେ ୨୭ ବିଚାରପତି ପଦ ମଧ୍ୟରୁ ୧୩ ଜଣ ବିଚାରପତି ରହିଥିôବା ବେଳେ ବାକି ପଦବୀ ଖୁବଶୀଘ୍ର ପୂରଣ କରାଯିବ ।

Leave A Reply

Your email address will not be published.