Latest Odisha News

BREAKING NEWS

‘ହାପି ବାର୍ଥ ଡ଼େ’ ଅମିତାଭ, ରିଲିଜ୍ ହେଲା ‘ସଇ ରା’ ଟିଜର୍

ନୂଆଦିଲ୍ଲୀ : ବଲିଉଡର ସେହେନଶାହା ତଥା ‘ବିଗ ବି’ ଅମିତାଭ ବଚ୍ଚନ ଆଜି ୭୬ ତମ ଜନ୍ମଦିନ ପାଳନ କରିଛନ୍ତି । ବିଗ ବିଙ୍କୁ ଜନ୍ମଦିନ ଅବସରରରେ ସମସ୍ତ ବଲିଉଡ କଳାକାରଙ୍କ ସହ ତାଙ୍କର ପ୍ରଶସଂକ ମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ବଲିଉଡର ଏହି ସେହେନସା ନିଜର ଅଭିନୟ ଯାଦୁ ବଳରେ ବହୁ ବର୍ଷ ଧରି ବଲିଉଡରେ ରାଜ କରିବା ସହ ଦର୍ଶକମାନଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତାଙ୍କର ସୁପରହିଟ ଚଳଚ୍ଚିତ୍ର ମଧ୍ୟରେ ସୋଲେ, ସେହେନଶାହ, କାଲିଆ, ଡନ୍, ଅଗ୍ନିପଥ, ସୁରିୟବଂଶମ୍, ଦିୱାର, ଲାୱାରିସ୍, କଭି ଖୁସି କଭି ଗମ୍ ରହିଛି ।

ନିକଟରେ ତାଙ୍କ ଅଭିନୀତ ବଲିଉଡ ଫିଲ୍ମ ‘ଠଗ୍ସ ଅଫ୍ ହିନ୍ଦୁସ୍ଥାନ’ର ଟ୍ରେଲର ରିଲିଜ ହୋଇଥିବାବେଳେ ସେଥିରେ ବିଗ ବି ପୂରା ଆକ୍ସନ ସିନରେ ନଜର ଆସୁବାକୁ ଯାଉଛନ୍ତି ।

ନିକଟରେ ତାଙ୍କର ଜନ୍ମଦିନ ଅବସରରେ ସାଉଥ ଫିଲ୍ମ ‘ସଇ ରା ନରସିହ୍ମା ରେଡ୍ଡୀ’ ଅମିତାଭଙ୍କ ଏକ ଲୁକ ଟିଜରକୁ ରିଲିଜ କରାଯାଇଛି । ଏହି ଫିଲ୍ମରେ ସେ ଗେଷ୍ଟ ଆପିୟରାନ୍ସରେ ନଜର ଆସୁଥିବା ବେଳେ ଏହି ଲୁକ ଟିଜରକୁ ୟୁଟ୍ୟୁବରେ ରିଲିଜ କରାଯାଇଛି ।

ଏହି ଟିଜରରେ ବିଗ ବି ପାଚିଲା ଦାଢୀ ଓ ମଥାରେ ଲାଲ ଟିକା ଲଗାଇଥିବା ନଜର ଆସିଛନ୍ତି । ଏହିର ଫିଲ୍ମର କାହାଣୀ ସ୍ୱାଧୀନତା ସଂଗ୍ରାମୀ ନରସିହ୍ମା ରେଡ୍ଡୀଙ୍କ ଜୀବନ ଉପରେ ଆଧାରିତ ହୋଇଥିବା ବେଳେ ଏହି ଫିଲ୍ମରେ ସାଉଥ ସୁପରଷ୍ଟାର ଚିରଞ୍ଜିବୀ ମଧ୍ୟ ନଜର ଆସିବେ ।

Leave A Reply

Your email address will not be published.