Latest Odisha News

BREAKING NEWS

୧୩ଟି ସ୍କୁଲରେ ବୋମା ରଖାଯାଇଥିବା ନେଇ ଇମେଲରେ ମିଳିଲା ଧମକ: ପୋଲିସ ତନାଘନା ଜାରି

ବେଙ୍ଗାଲୁର:ବେଙ୍ଗାଲରୁର ୧୩ଟି ସ୍କୁଲରେ ଖେଳି ଯାଇଛି ଆତଙ୍କ । ସ୍କୁଲରେ ବୋମା ଥିବା ନେଇ  ଇମେଲରେ ମିଳିଛି ଧମକ । ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ, ଅଭିଭାବକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ୟେଲହାଙ୍କା, ବାସଭେଶ୍ୱରନଗର ସମେତ ଅନ୍ୟ କେତେକ ଇଲାକାରେ ଥିବା ୧୩ଟି ସ୍କୁଲକୁ ଏପରି ଧମକ ମିଳିଛି।

ଏପରି ଧମକପୂର୍ଣ୍ଣ ଇମେଲ ପାଇବା କ୍ଷଣି ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ପୋଲିସକୁ ଅବଗତ କରାଇଛନ୍ତି । ପୋଲିସ କର୍ମଚାରୀ ଏବଂ ବୋମା ନିଷ୍କ୍ରିୟକାରୀ ଟମ ସ୍କୁଲଗୁଡିକରେ ପହଞ୍ଚି ତନାଘନା ଆରମ୍ଭ କରି ଦେଇଛନ୍ତି । ଧମକପୂର୍ଣ୍ଣ ଇମେଲ ପାଇବା ପରେ ପିଲାମାନଙ୍କୁ ସ୍କୁଲରୁ ପଠାଇ ଦିଆଯାଇଛି । ତେବେ ଯାଞ୍ଚ ପରେ ସେପରି କୌଣସି ସନ୍ଦିଗ୍ଧ ଜିନିଷ ପୋଲିସର ହସ୍ତଗତ ହୋଇ ନ ଥିଲା ।

ସେତିକି ନୁହେଁ, ଜଣେ ଅଭିଭାବକଙ୍କ ପାଖକୁ ମଧ୍ୟ ଏମିତି ଏକ ମେଲ ଆସିଥିଲା । ଏହି ଖବର ପ୍ରଚାର ହେବା ପରେ ଅଭିଭାବକମାନେ ନିଜ ନିଜ ପିଲାଙ୍କୁ ସୁରକ୍ଷିତ ନେବାପାଇଁ  ସ୍କୁଲକୁ ଧାଇଁ ଆସିଥିଲେ  ।

ଅନ୍ୟପକ୍ଷେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ବାସ ଭବନ ନିକଟରେ ଥିବା ଏକ ପ୍ଲେ ସ୍କୁଲକୁ ମଧ୍ୟ ସମାନ ଧମକ ଇମେମଲ ଜରିଆରେ ମିଳିଛି । ଏ ନେଇ ସ୍କୁଲ ପକ୍ଷରୁ ପୋଲିସକୁ ଅବଗତ କରାଯାଇଛି ।

ଏପରି ଧମକପୂର୍ଣ୍ଣ ଇମେଲ କିଏ ପଠାଇଛି ସେ ନେଇ ପୋଲିସ ଯାଞ୍ଚ କରୁଛି । ଏଠି ମନେ ପକେଇ ଦେବାକୁ ଚାହିଁବୁ, ଗତବର୍ଷ ମଧ୍ୟ ବେଙ୍ଗାଲୁରରେ ସମାନ ଘଟଣା ଘଟିଥିଲା । ଏକାଧିକ ସ୍କୁଲକୁ ସମାନ ଧମକ ମିଳିଥିଲା । ସ୍କୁଲରେ ବୋମା ରଖାଯାଇଥିବା ନେଇ ମେଲ ଆସିଥିଲା । ତେବେ ସେପରି କିଛି ବି ଘଟି ନ ଥିଲା ।

Leave A Reply

Your email address will not be published.