Latest Odisha News

BREAKING NEWS

ଟି୨୦ ବିଶ୍ୱକପରେ ରୋହିତ ଅଧିନାୟକ ହେବା ନେଇ ଏବେ ବି ଲାଗି ରହିଛି ସସ୍ପେନ୍ସ

ଦିନିକିଆ ବିଶ୍ୱକପ କ୍ରିକେଟରେ ରୋହିତ ଶର୍ମା ନେତୃତ୍ୱରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲ ହର୍ଡଲ୍ସ ପାର କରିପାରି ନ ଥିଲା । ପ୍ରଶଂସକମାନେ ଏତେ ମାତ୍ରାରେ ତାଙ୍କ ନେତୃତ୍ୱକୁ ଭରୋଷା କରି ନେଇଥିଲା ଯେ, ଭାରତ ବିଶ୍ୱକପ ଜିତିବା ବ୍ୟତୀତ ସେମାନେ ଅନ୍ୟ କିଛି ଚିନ୍ତା କରୁ ନ ଥିଲେ । ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରିବା ପ୍ରଶଂସକଙ୍କୁ ନିରାଶ କରିଛି । ଏହା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଚୟନ କମିଟି ୩ଟି ଯାକ ଫର୍ମାଟରେ ଭିନ୍ନ ଭିନ୍ନ ଅଧିନାୟକ ଚୟନ କରିଛନ୍ତି । ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ସୀମିତ ଓଭର ମୁକାବିଲା ପାଇଁ ବିଶ୍ରାମ ଦିଆଯାଇଛି । ଟି୨୦ ବିଶ୍ୱକପ ପୂର୍ବରୁ ଭାରତ ୮ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିବ । ଅପରପକ୍ଷରେ ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟା ଏଥର ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବେ । ରୋହିତ ଓ ହାର୍ଦ୍ଦିକଙ୍କ ମଧ୍ୟରେ ଯିଏ ଅଧିନାୟକ ହେବ ସେଥିରୁ ଟି୨୦ ବିଶ୍ୱକପ ନେତୃତ୍ୱ ନେଇ ବାଦଲ ହଟପାରେ । ରୋହିତଙ୍କ ନେତୃତ୍ୱରେ ହାର୍ଦ୍ଦିକ ଖେଳିବେ ବୋଲି ଅନୁମାନ କରାଯାଉଛି ।

ଅନ୍ୟ ଅର୍ଥରେ ଆନ୍ତର୍ଜାତୀୟ ମ୍ୟାଚ ଅପେକ୍ଷା ବିସିସିଆଇ ଆଇପିଏଲକୁ ଟି୨୦ ବିଶ୍ୱକପ ପ୍ରସ୍ତୁତି ଭାବେ ବ୍ୟବହାର କରିବ । ୧୦ ନଭେମ୍ବର ୨୦୨୨ ପରଠାରୁ ରୋହିତ ଓ ବିରାଟ କୌଣସି ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳି ନାହାନ୍ତି । ଟି୨୦ ବିଶ୍ୱକପ ୨୦୨୨ ସେମିରେ ଇଂଲଣ୍ଡ ବିପକ୍ଷରେ ସେମାନେ ଏହି ମ୍ୟାଚ ଖେଳିଥିଲେ ।

କ୍ରିକେଟ ସମୀକ୍ଷକଙ୍କ ମତରେ ରୋହିତ ଓ ବିରାଟଙ୍କୁ ଟି୨୦ ବିଶ୍ୱକପରେ ନ ଖେଳାଇବା ଅଥବା ସେମାନେ ଖେଳିବେ ନାହିଁ ୨ଟି ଯାକ ଘଟଣାରେ ଭାରତର କ୍ଷତି ହେବ । ଯୁବ ପିଢ଼ୀ ସହିତ ଅଭିଜ୍ଞତାର ସମନ୍ୱୟ ଦଳକୁ ଶୃଙ୍ଖଳିତ କରିବ ବୋଲି ଆଶା । ରୋହିତ ଓ କୋହଲି ମାନସିକ ଚାପରୁ ମୁକୁଳିବା ପାଇଁ ସାମୟିକ ଭାବେ ବ୍ରେକ ନେଇଛନ୍ତି ନାଁ ଏହି ଫର୍ମାଟରୁ ଦୂରେଇ ଯିବା ପାଇଁ ଚିନ୍ତା କରୁଛନ୍ତି ତାହା ହିଁ ସବୁଠାରୁ ବଡ ସସ୍ପେନ୍ସ ।

Leave A Reply

Your email address will not be published.