Latest Odisha News

BREAKING NEWS

ଜୁଏଲାରୀ ଡିଜାଇନର ସବ୍ୟସାଚୀଙ୍କ ବିରୋଧରେ ରୁଜୁ ହେଲା ମାମଲା

ବମ୍ବେ: ଫ୍ୟାଶନ ତଥା ଜୁଏଲାରୀ ଡିଜାଇନର ସବ୍ୟସାଚୀ ମୁର୍ଖାଜୀଙ୍କ ଅଡୁଆ ବଢ଼ିଛି । ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଆଜି ଓକିଲ ଆଶୁତୋଷ ଦୁବେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ସବ୍ୟସାଚୀ ତାଙ୍କ ମଙ୍ଗଳସୂତ୍ର ଜୁଏଲାରୀ ଡିଜାଇନରେ ଅର୍ଦ୍ଧ ନଗ୍ନ ନାରୀଙ୍କ ଫଟୋ ପ୍ରକାଶ ପାଇଥିଲା ।

ହିନ୍ଦୁ ଧର୍ମରେ ମଙ୍ଗଳସୂତ୍ରର ମହତ୍ୱ ଅଧିକ ଥିବା ବେଳେ ବିଜ୍ଞାପନରେ ଏହାକୁ ଶସ୍ତା ଢ଼ଙ୍ଗରେ ପରିବେଷଣ କରାଯାଇଥିଲା । ଯାହାକି ପରୋକ୍ଷରେ ନାରୀର ସମ୍ମାନକୁ ତଳେ ପକାଇଥିଲା । ପୂର୍ବରୁ ସିଏଟ, ମାନ୍ୟବର ଓ ଫ୍ୟାବଇଣ୍ଡିଆ ବିରୋଧରେ ମଧ୍ୟ ହିନ୍ଦୁ ଧର୍ମକୁ ଅପମାନ କରିବା ନେଇ ମାମଲା ରୁଜୁ କରାଯାଇଥିଲା ।

Leave A Reply

Your email address will not be published.