Latest Odisha News

BREAKING NEWS

ଦାଦାବଟି ନଦେବାରୁ ଠିକାସଂସ୍ଥା ଉପରେ ବୋମାମାଡ

ବାଙ୍କୀ: ଦାଦାବଟିକୁ ନେଇ ଠିକାସଂସ୍ଥା ଉପରେ ବୋମାମାଡ । କଟକ-ବାଙ୍କୀ କଇଁମୁଣ୍ଡି ଛକରେ ଏହି ବୋମାମାଡ ହୋଇଛି । ଖବର ପାଇ ଘଟଣାସ୍ଥଳରେ ବାଙ୍କୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ମୁତାବକ, କାଇଁମୁଣ୍ଡି ଗାଁରେ ଏକ ସେତୁ ନିର୍ମାଣ ଚାଲିଥିବା ବେଳେ ସେତୁ ନିର୍ମାଣ କରୁଥିବା ଠିକାଦାରକୁ କିଛି ଯୁବକ ଦାଦାବଟି ମାଗିଥିଲେ ହେଲେ ସେ ବଟି ନଦେବାରୁ ଠିକା ସଂସ୍ଥା ଉପରେ ବୋମାମାଡ଼ ହୋଇଥିବା ସୂଚନା ରହିଛି । ସେତୁ କାମରେ ନିୟୋଜିତ ହୋଇଥିବା ମେସିନ୍ ଏହି ବୋମାମାଡରେ କ୍ଷତିଗ୍ରସ୍ତ ହୋଇଛି । ୨ଟି ବୋମା ମାଡ଼ କରି ଘଟଣା ସ୍ଥଳରୁ ଦୁର୍ବୁତ୍ତ ଫେରାର ହୋଇଯାଇଥିଲେ । ବୋମାମାଡ଼ରେ କେହି ମୃତାହତ ହୋଇନାହାନ୍ତି ।

Comments are closed.