ଲଣ୍ଡନ: କରୋନାର ନୂଆ ଷ୍ଟ୍ରେନ ବ୍ରିଟେନ୍ରେ ବ୍ୟାପିବାରେ ଲାଗିଛି । ପ୍ରତିଦିନ ନଊଆ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ସଂକ୍ରମଣ ବଢୁଥିବାରୁ କଟକଣାକୁ କଠୋର କରିଛନ୍ତି ସରକାର । ପୁଣି ଲକ୍ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ । ଆଜି ମଧୟରାତ୍ରିରୁ ଫେବୃଆରୀ ମାସ ଦ୍ୱିତୀୟ ସପ୍ତାହ ଯାଏ ଲକ୍ଡାଉନ୍ ଘୋଷଣା କରିଛନ୍ତି ।
ଦେଶବ୍ୟାପୀ ଲଣ୍ଡନରେ ଲକଡାଉନ୍ କଟକଣା ଜାରି ହେବ । ଲୋକଙ୍କୁ ଘରେ ରହିବା ପାଇଁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ଚଳିତ ମାସରେ ସେଠାରେ ଆଉ ଖୋଲିବ ନାହିଁ ଶିକ୍ଷାନୁଷ୍ଠାନ । ଅନଲାଇନରେ କ୍ଲାସ କରିବାକୁ କୁହାଯାଉଛି ।
ଓ୍ୱାର୍କ ଫ୍ରମ୍ ହୋମ୍ କାମ କରିବା ପାଇଁ ପରାମର୍ଶ ଦିଆଯାଇଛି । ସେହିପରି ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ସହ, ହେଟେଲ, ରେଷ୍ଟୁରାଣ୍ଟ, ବାର ଓ ପବ୍ ଭଳି ଜନଗହଳି ସ୍ଥାନଗୁଡିକ ଖୋଲିବା ଉପରେ ଲାଗିଛି ପ୍ରତିବନ୍ଧକ । ସଂକ୍ରମଣ ଏତେ ଜୋରରେ ବ୍ୟାପୁଛି ଯେ, ଲଣ୍ଡନରେ ବିଭିନ୍ନ ହସ୍ପିଟାଲ ଫୁଲ୍ ହୋଇ ଗଲାଣି ।
Comments are closed.