Latest Odisha News

BREAKING NEWS

୮୧ ବର୍ଷ ବୟସରେ ୮୦ ଦିନରେ କଲେ ବିଶ୍ୱ ଭ୍ରମଣ ଦୁଇ ବନ୍ଧୁ

ଟେକ୍ସାସ:କୁହାଯାଏ ଯେ ପ୍ରତ୍ୟେକ ବନ୍ଧୁ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ କିଛି ବନ୍ଧୁ ଏପରି ଅଛନ୍ତି ଯେ ସେମାନେ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାନ୍ତି । ଆମେ ଆପଣଙ୍କୁ ଏପରି ଦୁଇ ବନ୍ଧୁଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ୮୧ ବର୍ଷ ବୟସରେ ବିଶ୍ୱ ଭ୍ରମଣ କରିବାକୁ ଯାଇଥିଲେ ଓ ମାତ୍ର ୮୦ ଦିନରେ ଦୁନିଆ ଭ୍ରମଣ ବି କଲେ । ଏମିତି କି ସେମାନେ ଭାରତ ଆସି ତାଜମହଲକୁ ମଧ୍ୟ ଦେଖିଥିଲେ । ଏଭରେଷ୍ଟ ପର୍ବତକୁ ଯିବା ଅନ୍ୟକିଛି ସ୍ଥାନ ବି ବୁଲିଥିଲେ । ବନ୍ଧୁତ୍ୱର ଏପରି ଏକ ଉଦାହରଣ ଆପଣ କ୍ୱଚିତ୍ ଦେଖିଥିବେ ।

BjdElectrycity

ଏହା ହେଉଛି ଟେକ୍ସାସର ସାଣ୍ଡି ହାଜଲିପ୍ ଏବଂ ଏଲି ହେମ୍ବଲିଙ୍କ କାହାଣୀ । ହେମ୍ବଲି ଫଟୋଗ୍ରାଫର ହୋଇଥିବାବେଳେ ହାଜଲିପ୍ ଜଣେ ଡାକ୍ତର । ଉଭୟ ୨୩ ବର୍ଷ ପୂର୍ବେ ଭେଟିବା ସମୟରେ ଜାମ୍ବିଆରେ ଏକ ଡାକ୍ତରୀ ମିଶନରେ ଥିଲେ । ଦିନେ ସନ୍ଧ୍ୟାରେ ଦୁହେଁ ରାତ୍ରୀ ଭୋଜନ କରୁଥିଲେ । ଏହି ସମୟରେ ସେମାନେ ଦୁନିଆ ଭ୍ରମଣ କରିବାର କଳ୍ପନା ମନକୁ ଆସିଲା । ସେତେବେଳେ ବୟସ ଏକ ପ୍ରତିବନ୍ଧକ ଥିଲା । ତଥାପି ସେମାନେ ବିଶ୍ୱ ଭ୍ରମଣ କରିବାକୁ ବାହାରିଲେ । ହେମ୍ବଲି କହିଛନ୍ତି, ଆମେ ଦୁହେଁ ବିଭିନ୍ନ ଯାଗା ବୁଲିବାକୁ ଭଲ ପାଉ । ୮୦ ବର୍ଷ ବୟସରେ ୮୦ ଦିନ ମଧ୍ୟରେ ସମଗ୍ର ବିଶ୍ୱ ଭ୍ରମଣ କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ହେଲେ ୮୧ ବର୍ଷ ବୟସରେ ସେମାନେ ବିଶ୍ୱ ଭ୍ରମଣରେ ବାହାରିଲେ ଓ ଭ୍ରମଣ ବି କଲେ ।

Leave A Reply

Your email address will not be published.