Latest Odisha News

BREAKING NEWS

ଜେଲ ପରି ରେଷ୍ଟୁରାଣ୍ଟ, ଗ୍ରାହକଙ୍କୁ କଏଦୀ ଭଳି ଦିଆଯାଏ ଚର୍ଚ୍ଚା

ନୂଆଦିଲ୍ଲୀ : ସୁସ୍ୱାଦୁ ଖାଦ୍ୟ ଖାଇବା ପାଇଁ ଅନେକ ସମୟରେ ଅଧିକାଂଶ ଲୋକ ରେଷ୍ଟୁରାଣ୍ଟକୁ ଯାଇଥାଆନ୍ତି । ଲୋକମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ରେଷ୍ଟୁରାଣ୍ଟମାନ ଖୋଲାଯାଇଛି । ଆଉ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ସାଜସଜ୍ଜା ସାଙ୍ଗକୁ ଖାଦ୍ୟପେୟର ବି ବ୍ୟବସ୍ଥା କରିଥାଆନ୍ତି । ତେବେ ଆମେ ଯେବେ ବାହାରକୁ ବୁଲିବାକୁ ଯାଇଥାଉ ସେତେବେଳେ ଗୋଟେ ଭଲ ରେଷ୍ଟୁରାଣ୍ଟର ଅନୁସନ୍ଧାନ କରିଥାଉ । ଏଥିସହିତ ସେଠାରେ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ଅଛିକି ନାହିଁ ସେଥିପ୍ରତି ବିଶେଷ ଧ୍ୟାନ ଦେଇଥାଆନ୍ତି ।

ଆମେ ଆପଣଙ୍କୁ ଏମିତି ଏକ ରେଷ୍ଟୁରାଣ୍ଟ ବିଷୟରେ ଜଣାଇବୁ ଯାହା ବିଶ୍ୱର ସମସ୍ତ ରେଷ୍ଟୁରାଣ୍ଟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏଭଳି ଏକ ରେଷ୍ଟୁରାଣ୍ଟ ରହିଛି ଯେଉଁଠାରେ ଗ୍ରାହକଙ୍କୁ କଏଦୀ ପରି ଖାଦ୍ୟ ପରଷାଯାଏ । ଏପରିକି ରେଷ୍ଟୁରାଣ୍ଟ ସମ୍ପୂର୍ଣ୍ଣ ରୂପେ ଜେଲ୍ ପରି ଦେଖାଯାଏ । ଆଉ ସେ ରେଷ୍ଟୁରାଣ୍ଟର କର୍ମଚାରୀ ମଧ୍ୟ ଜେଲର ପରି ପୋଷାକ ପରିଧାନ କରିଥାଆନ୍ତି । ତେବେ ଏହି ରେଷ୍ଟୁରାଣ୍ଟଟି ବ୍ୟାଙ୍ଗଲୁରୁରେ ଅବସ୍ଥିତ ।

ବାସ୍ତବରେ, ନିକଟରେ ଏକ ରେଷ୍ଟୁରାଣ୍ଟର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏହି ରେଷ୍ଟୁରାଣ୍ଟ ପ୍ରକୃତରେ ଏକ ଜେଲ ପରି ଦେଖାଯାଉଛି । ରେଷ୍ଟୁରାଣ୍ଟ ଭିତରେ ଦେଖିବାକୁ ମିଳିଛି ଯେ ଲୋକମାନେ ବାର୍ ପଛରେ ବସି ସୁସ୍ବାଦୁ ଖାଦ୍ୟର ମଜା ନେଉଛନ୍ତି । ଆଉ ସେ ରେଷ୍ଟାରାଣ୍ଟର କର୍ମଚାରୀ ମାନେ ପୋଲିସ ପୋଷାକ ଓ କଏଦୀ ପୋଷାକ ପିନ୍ଧିଥିବାର ଦେଖିବାକୁ ମିଳିଛି । ଯଦିଓ ରେଷ୍ଟୁରାଣ୍ଟଟି ବହୁ ପୂର୍ବରୁ ନିର୍ମିତ ହୋଇଥିଲା, କିନ୍ତୁ ନିକଟରେ ଯେତେବେଳେ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଏହା ପୁଣିଥରେ ଚର୍ଚ୍ଚାର ବିଷୟ ପାଲଟିଛି ।


ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗ୍ରାହକଙ୍କୁ ଜେଲର ଅନୁଭବ ଦେବା ପାଇଁ ରେଷ୍ଟୁରାଣ୍ଟର ମାଲିକ ଏପରି କରିଥିବା ଜଣାପଡ଼ିଛି । ଏବଂ ଏହାର ଭିତର ଭଣ୍ଡାର ପ୍ରତି ବହୁ ଧ୍ୟାନ ଦିଆଯାଇଛି। କେବଳ ଏତିକି ନୁହେଁ, ରେଷ୍ଟୁରାଣ୍ଟ ଭିତରେ ପ୍ରତ୍ୟେକ ଖାଦ୍ୟ ସାମଗ୍ରୀର ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.